ବିଜେପିର ମାଷ୍ଟରଷ୍ଟ୍ରୋକ୍; କଟିଲା ୩୩ ସିଟିଂ ଏମ୍‌ପିଙ୍କ ଟିକେଟ୍, ଜାଣନ୍ତୁ କିଏ ନୂଆ ପ୍ରାର୍ଥୀ

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ, ୦୩/୦୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୋଟ୍ ୧୯୫ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏଥିରେ ଓବିସିରୁ ସର୍ବାଧିକ ୫୭ଜଣ ରହିଛନ୍ତି । ସେହିଭଳି ଏସ୍‌ସିରୁ  ୨୭ ଓ ଏସ୍‌ଟିରୁ ୧୮ ଜଣ ରହିଛନ୍ତି । ୫୦ ବର୍ଷରୁ କମ୍‌ ବୟସର ୪୭ ଜଣ ନେତାଙ୍କୁ ବିଜେପି ଟିକେଟ୍‌ ଦେଇଥିବା ବେଳେ ୨୮ଜଣ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଅନ୍ୟପଟେ ଦେଖିବାକୁ ଗଲେ ଏଥର ପ୍ରାର୍ଥୀ ତାଲିକାରେ ବହୁ ପରିବର୍ତ୍ତନ କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ପର୍ଯ୍ୟାୟରେ ୩୩ଜଣ ବର୍ତ୍ତମାନର ସାଂସଦଙ୍କ ଟିକେଟ୍ କଟିଯାଉଛି । ଷ୍ଟାଣ୍ଡିଂ ଏମପିଙ୍କ ସ୍ଥାନରେ ନୂଆ ଚେହେରାକୁ ସାମ୍ନାକୁ ଆଣିଛି ଦଳ । ନୂଆ ପ୍ରାର୍ଥୀ ନିର୍ବାଚନୀ ମୈଦନରେ ଶକ୍ତି ପ୍ରଦର୍ଶନ କରିବେ ।   

ସାଂସଦ ପଦରେ ରହି ଟିକେଟ୍ କଟିଥିବା ନେତାଙ୍କ ମଧ୍ୟରେ ପ୍ରଜ୍ଞା ସିଂହ ଠାକୁର, ମୀନାକ୍ଷୀ  ଲେଖି, ରମେଶ ବିଧୁରି, ଡ. ହର୍ଷବର୍ଦ୍ଧନ, ପର୍ବେଶ  ବର୍ମା, ରମାକାନ୍ତ ଭାର୍ଗବ, କୃଷ୍ଣପାଲ୍‌ ସିଂହ ଯାଦବ  ଏବଂ କୁମ୍ମନମ୍‌ ରାଜଶେଖରନ୍‌ ପ୍ରମୁଖ ରହିଛନ୍ତି । ଭୋପାଳରୁ ପ୍ରଜ୍ଞା ସିଂହ ଠାକୁରଙ୍କ ସ୍ଥାନରେ ଦଳ ଆଲୋକ ଶର୍ମାଙ୍କୁ ଟିକେଟ୍‌ ଦେଇଥିବା ବେଳେ ନୂଆଦିଲ୍ଲୀରୁ ମୀନାକ୍ଷୀ ଲେଖିଙ୍କ ସ୍ଥାନ ନେଇଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀ ସ୍ୱରାଜ । ଦକ୍ଷିଣ ଦିଲ୍ଲୀ ଲୋକସଭା ଆସନରୁ ରମେଶ ବିଧୁରିଙ୍କ ପରିବର୍ତ୍ତେ ବିଜେପି ରାମବୀର ସିଂହ  ବିଧୁରିଙ୍କୁ ଲଢ଼ିବାକୁ ସୁଯୋଗ ଦେଇଛି । ଦିଲ୍ଲୀର  ଚାନ୍ଦିନୀ ଚୌକରୁ ହର୍ଷବର୍ଦ୍ଧନଙ୍କ ସ୍ଥାନରେ ପ୍ରବୀଣ  ଖଣ୍ଡେଲୱାଲଙ୍କୁ ଟିକେଟ୍‌ ମିଳିଛି । ପଶ୍ଚିମ ଦିଲ୍ଲୀରେ  କମଲଜିତ ଶେରାୱତଙ୍କ ଉପରେ ବିଜେପି ଭରସା କରିଥିବା ବେଳେ ଏହି ଆସନରେ ସାଂସଦ  ଥିବା ପର୍ବେଶ ବର୍ମାଙ୍କ ଟିକେଟ୍‌ କଟିଯାଇଛି । ମଧ୍ୟ ପ୍ରଦେଶର ବିଦିଶା ଲୋକସଭା ଆସନରୁ ଏଥର  ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ  ଲଢ଼ିବେ । ରମାକାନ୍ତ ଭାର୍ଗବଙ୍କ ସ୍ଥାନରେ ଚୌହାନଙ୍କୁ  ପ୍ରାର୍ଥୀ କରିଛି ବିଜେପି । ସେହିଭଳି ମଧ୍ୟ ପ୍ରଦେଶର  ଗୁନା ଆସନରୁ କୃଷ୍ଣପାଲ୍‌ ସିଂହ ଯାଦବଙ୍କ ପରିବର୍ତ୍ତେ  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ  ସିନ୍ଧିଆଙ୍କୁ ବିଜେପି ପ୍ରାର୍ଥୀ କରିଛି । କେରଳର  ଥିରୁଅନନ୍ତପୁରମ୍‌ ଆସନରୁ କୁମ୍ମନମ୍‌ ରାଜଶେଖରନଙ୍କ  ସ୍ଥାନରେ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରାଯାଇଛି ।

ବିଜେପି ଆସାମରେ ବଡ଼ ପରିବର୍ତ୍ତନ କରିଛି । ମୋଟ୍ ୬ଜଣ ସାଂସଦଙ୍କୁ ମଧ୍ୟରୁ ୫ଜଣ ଟିକେଟ୍ କଟିଯାଇଛି । ସିଲଚାର୍ ଆସନରେ ବିଜେପି ପରିବର୍ତ୍ତନ କରିଛି । ରାଜଦୀପ୍ ରୟଙ୍କ ସ୍ଥାନରେ ପିରାମଲ୍ ସୁକ୍ଲାବାଇଧ୍ୟାଙ୍କୁ ଟିକେଟ୍ ମିଳିଛି । ସାଂସଦ ହୋରେନ ସିଂହଙ୍କ ସ୍ଥାରେ ଲଢ଼ିବେ ଅମର ସିଂହ ଟିସୋ । ସେହିପରି ଗୁଓ୍ବାହାଟି, ତେଜପୁର ଏବଂ ଡିବ୍ରୁଗଡ଼ ସିଟରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି ।

wp:embed {"url":"https://www.prameyanews7.com/two-train-accident-in-andhra-pradesh-pilot-was-watching-cricket-match/","type":"wp-embed","providerNameSlug":"prameya-news-7"}
https://www.prameyanews7.com/two-train-accident-in-andhra-pradesh-pilot-was-watching-cricket-match/
/wp:embed

ଛତିଶଗଡ଼ରେ ୪ଟି ପରିବର୍ତ୍ତନ କରିଛି ବିଜେପି । ରାୟପୁର, ଜାଞ୍ଜଗିରି ଚାମ୍ପା, ମହାସମୁଣ୍ଡ ଓ କଙ୍କର ସଂସଦୀୟ କ୍ଷେତ୍ର ଭାରତୀୟ ଜନତା ପାର୍ଟି ନୂଆଁ ମୁହଁ ସାମ୍ନାକୁ ଆଣିଛି । ସେହିପରି ଦିଲ୍ଲୀ କେନ୍ଦ୍ର ଶାସିତ ଅଞ୍ଚଳର ୪ ସଂସଦୀୟ କ୍ଷେତ୍ରରେ ବିଜେପି ବଡ଼ ପରିବର୍ତ୍ତନ କରିଛି । ସେହି ସ୍ଥାନରେ ପାର୍ଟି ପୁରୁଣାଙ୍କ ଉପରେ ଭରସା ନକରି ନୂଆ ନେତାଙ୍କୁ ପ୍ରାର୍ଥୀ କରିଛି । ଗୁଜରାଟରେ ୧୫ ଲୋକସଭା ଆସନ ମଧ୍ୟରୁ ୫ ସିଟରେ ପ୍ରାର୍ଥୀ ବଦଳାଇଛି ବିଜେପି । ମଧ୍ୟପ୍ରଦେଶର ୭ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରାଜସ୍ଥାନର ୫ଟି ଆସନରେ ନୂଆ ଚେହେରା ଲୋକସଭା ନିର୍ବାଚନ ଲଢିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.