ଲାଲ୍ ସଂଗଠନକୁ ଝଟ୍କା, ଆତ୍ମସମର୍ପଣ କଲେ ୩୩ ମାଓବାଦୀ
16/02/2023 at 2:01 PM

ମାଲକାନଗିରି ୧୬।୦୨ : ଆତ୍ମସମର୍ପଣ କଲେ ୩୩ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୋଲିସ ଓ ପ୍ରଶାସନର ବିକାଶ ମୂଳକ କାର୍ଯ୍ୟକୁ ଦେଖି ଏମାନେ ସୁକୁମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ପୂର୍ବରୁ ତିନି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । କିସ୍ତାରାମ ଥାନା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏମାନେ ଅନେକ ହିଂସା କାଣ୍ଡ ଘଟାଇଛନ୍ତି । ହେଲେ ଗାଁ ଗାଁରେ ଏବେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଭୟଭୀତ ହୋଇ ଏମାନେ ସୁକୁମା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।
ତେବେ ଆତ୍ମସମର୍ପଣ କରିବା ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ସୁକୁମା ଏସପି ସୁନିଲ ଶର୍ମା କହିଛନ୍ତି ।