ରାଉରକେଲା ୨୦।୪: ସୁନ୍ଦରଗଡ ଜିଲ୍ଲା ଶୟମ୍ଭା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ । ଗୋଟିଏ ରୁମ୍ ରେ ୧୫୦ ଛାତ୍ରୀ ରହିଥିଲେ । ବୁଧବାର ରାତିରେ ସମସ୍ତ ଛାତ୍ରୀ ପଖାଳ ସହିତ ଆଳୁ ଭଜା ଖାଇଥିଲେ । ଗୁରୁବାର ପେଟ କାଟିବା ସହ ନାଳ ଝାଡା ହୋଇ ୩୨ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଅସୁସ୍ଥ ଛାତ୍ରୀଙ୍କୁ କେ. ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଅସୁସ୍ଥ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
{"id":775109,"width":739,"height":406,"sizeSlug":"full","linkDestination":"none"}
ଏହି ସରକାରୀ ଛାତ୍ରୀ ନିବାସରେ ଦୁଇ ବର୍ଷ ହେଲା କୋଠା ନିର୍ମାଣ କାମ ଚାଲିଛି ଯେ ଏ ପର୍ଯ୍ୟନ୍ତ ସରିବାର ନାଁ ଧରୁନାହିଁ । ଦୁଇ ବର୍ଷ ହେଲା ଫ୍ୟାନ ଖରାପ ହୋଇଛି ହେଲେ ନୂଆ ଫ୍ୟାନ ଲାଗିପାରୁନାହିଁ । ଏହା ସହ ସେବାଶ୍ରମରେ ଲାଗି ରହିଛି ପାଣି ସମସ୍ୟା । ଏମିତି ସମସ୍ୟା ଘେରରେ ରହି ଛାତ୍ରୀମାନେ ହଷ୍ଟେଲରେ ରହି ପାଠ ପଢୁଛନ୍ତି ଆଉ ନିଦା ବିଷ୍ଣୁ ସାଜିଛି ସ୍ଥାନୀୟ ପ୍ରଶାସନ । ଯାହା ଫଳରେ ଆଜି ୩୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସରକାର ଦେଉଛନ୍ତି ଅନୁଦାନ ହେଲେ ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ରହୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଢିଲା ମନବୃତି ଯୋଗୁଁ କୁନି କୁନି ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ।