oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଜଙ୍ଗଲ ନିଆଁରୁ ବାଦ୍ ପଡିଲାନି ମାଲକାନଗିରି, ଏ ବର୍ଷ ୩୧୯ଟି ଜଙ୍ଗଲରେ ଲାଗିଲାଣି ନିଆଁ

11/03/2021 at 2:17 PM

ମାଲକାନଗିରି ୧୧।୩: ସମଗ୍ର ରାଜ୍ୟରେ ଏବେ ଜଙ୍ଗଲ ଜଳୁଥିବା ବେଳେ ଏଥିରୁ ବାଦ୍ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ଗତ ବର୍ଷ ଜିଲ୍ଲାର ୧୫୧୮ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୧୯ଟି ଜଙ୍ଗଲରେ ନିଆଁ ଲାଗିଥିବା ବନ ବିଭାଗର ଜିପିଏସ ମାଧ୍ୟମରେ ଜଣାପଡିଛି ।

କେଉଁଠି ଆଦିବାସୀ ଲୋକେ ପୋଡୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି ତ ଆଉ କେଉଁଠି ଗ୍ରୀଷ୍ମ ଉତ୍ତାପରେ ମଧ୍ୟ ନିଆଁ ଲାଗିଥିବା ଜଣାପଡିଛି । ହେଲେ ଜଙ୍ଗଲରେ ନିଆଁ ନଲଗାଇବା ଲାଗି ମାଲକାନଗିରି ବନ ବିଭାଗ ତରଫରୁ ଗାଁ ଗାଁରେ ପଥପ୍ରାନ୍ତ ନାଟକ ଓ ନାଚ ଗୀତ ମଧ୍ୟମରେ ଆଦିବାସୀ ଲୋକଙ୍କୁ ସଚେତନ କରାଯାଉଛି ।

ମାଲକାନଗିରି ଡିଏଫଓ ପ୍ରଦୀପ ମିରାସେ ନିଜେ ଏକ ଗୀତ ଗାଇ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଉପରେ ବାର୍ତ୍ତା ଦେଇଛନ୍ତି । ଏହାସହ ନିଆଁକୁ ଲିଭାଇବା ଲାଗି ବନ କର୍ମଚାରୀମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା  ଡିଏଫଓ କହିଛନ୍ତି । 

   Related Posts