ରାଜ୍ୟରେ ଜୁଲାଇ ୬ରୁ ଖୋଲିବ ପର୍ଯ୍ୟଟନସ୍ଥଳୀ, ପୂଜାପାଠ ହେଉଥିବା ଧାର୍ମିକସ୍ଥଳ ରହିବ ବନ୍ଦ

Published By : Prameya-News7 Bureau | July 04, 2020 IST

ଭୁବନେଶ୍ବର ୪।୭: ଜୁଲାଇ ୬ ତାରିଖରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନସ୍ଥଳୀ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଖୋଲିବ ନାହିଁ ବୋଲି ସୂଚନା ରହିଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧ଟି ପର୍ଯ୍ୟଟନସ୍ଥଳୀ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ କୋଣାର୍କ ମନ୍ଦିର, ପୁରୀ ଜିଲ୍ଲାର କୌଣସି ଏଏସଆଇ ପର୍ଯ୍ୟଟନସ୍ଥଳୀ ଖୋଲିବ ନାହିଁ । ଆସନ୍ତା ୬ ତାରିଖକୁ ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜାରାଣୀ ମନ୍ଦିର, ଶିଶୁପାଳଗଡ, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖୋଲିବ ।

ତେବେ ଏହିସବୁ ପର୍ଯ୍ୟଟନସ୍ଥଳୀରେ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ ହେବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଏଏସଆଇ ଚିଠି ଲେଖିଛନ୍ତି ।

{"id":295720,"sizeSlug":"large"}
{"id":295721,"sizeSlug":"large"}
{"id":295722,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.