ୟୁକ୍ରେନ ଉପରେ ଋଷ୍‌ର ମିସାଇଲ୍ ମାଡ଼; ୫ ମୃତ ଏବଂ ୩୧ରୁ ଅଧିକ ଆହତ

Published By : Prameya-News7 Bureau | August 08, 2023 IST

କୀବ୍: ୟୁକ୍ରେନ ଉପରେ ଋଷର ଆତ୍ମଘାତୀ ହମଲା । ପୁଣି ୟୁକ୍ରେନ ସହର ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିଛି ମସ୍କୋ ସେନା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେକସ୍ୟୁ ଟିମ୍ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଆତ୍ମଘାତୀ ହମଲା ପୂର୍ବ ୟୁକ୍ରେନର ଜନଗହଳି ପୂର୍ଣ୍ଣ ପୋକ୍ରଭସ୍କ ସହରର ହୋଇଛି । ଏନେଇ ଟେଲିଗ୍ରାମ ମାଧ୍ୟରେ ୟୁକ୍ରେନ ମନ୍ତ୍ରୀ ଇଗ୍ମୋର କ୍ଲିମେନକୋ ସୂଚନା ଦେଇଛନ୍ତି । ଆହତଙ୍କ ମଧ୍ୟରେ ୧୯ଜଣ ପୋଲିସ କର୍ମଚାରୀ ଅଛନ୍ତି ।

wp:embed {"url":"https://www.prameyanews7.com/russia-doubles-2023-defence-spending-target-amid-war-in-ukraine-war/","type":"wp-embed","providerNameSlug":"prameya-news-7"}
https://www.prameyanews7.com/russia-doubles-2023-defence-spending-target-amid-war-in-ukraine-war/
/wp:embed

ୟୁକ୍ରେନର ଜନବସତି ଉପରେ ଋଷ୍‌ର ହମଲାକୁ କଡ଼ା ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ମସ୍କୋ ସେନା ସାଧାରଣ ଆବାସୀୟ ସ୍ଥାନକୁ ଟାର୍ଗେଟ୍ କରିଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ନିଜ ଟ୍ବିଟରେ ଏକ ପାଞ୍ଚ ମହଲା ବିଲ୍ଡିଂର ଭିଡିଓ ଫୁଟେଜ୍ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ସୋଭିଏତ ଋଷ୍ ସମୟର ଡେନଟସ୍କରେ ଥିବା ସର୍ବପୁରାତନ ବିଲ୍ଡିଂ, ଋଷ ମିସାଇଲ୍ ହମଲାରେ ନଷ୍ଟ ହୋଇଯାଇଛି । ଦୁଇଟି  ମିସାଇଲ୍ ମାଡ଼ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧ୍ବଂସାବଶେଷ ଭିତରେ ଖୋଜା ଚାଲିଛି ମାଟି ତଳେ ଅନେକ ରହିଯାଇଥିବା ଆଶଂକା କରାଯାଉଛି ।

wp:html /wp:html

ପ୍ରାୟ ଦେଢ ବର୍ଷ ହେବ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ଦେଶ ପ୍ରାୟସ କରିଥିଲେ ମଧ୍ୟ ମିଶନ ଫେଲ୍  ମାରିଛି । କେତେବେଳେ ୟୁକ୍ରେନ ଋଷକୁ ଡ୍ରୋନରେ ଟାର୍ଗେଟ୍ କରୁଛି ତ ପୁଣି କେତେବେଳେ ମିସାଇଲ ମାଡ଼ କରି କୀବ ସହରକୁ ଧ୍ବଂସ ସ୍ତୁପରେ ପରିଣତ କରୁଛି । ଗତ କିଛି ଦିନ ଥରେ ୟୁକ୍ରେନ ମସ୍କୋ ସହର ଉପରେ ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ହମଲା କରିଥିଲା । ସେହିପରି ରବିବାର ଋଷର ସମୁଦ୍ର ପରିବହନ ବିଭାଗର ଏକ ତେଲ ଟାଙ୍କରକୁ ଟାର୍ଗେଟ୍ କରିଥିଲେ । ଏଥିରେ ତୈଲ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହାର ପ୍ରତିଶୋଧ ଋଷ ନେଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.