ତାମିଲନାଡ଼ୁ ବନ୍ୟା, ମୁହାଁମୁହିଁ କେନ୍ଦ୍ର-ରାଜ୍ୟ; ନିର୍ମଳା କହିଲେ ଭିତ୍ତିଭୂମି ସୁଧାରୁନାହାନ୍ତି ଡିଏମକେ ସରକାର

Published By : Prameya-News7 Bureau | December 22, 2023 IST

ଚେନ୍ନାଇ: ବନ୍ୟା ବିତ୍ପାତ ଦକ୍ଷିଣ ତାମିଲନାଡୁକୁ ବେହାଲ କରିଛି । ଲଗାଣ ବର୍ଷା ୪ଜିଲ୍ଲାକୁ ଛାରଖାର ହୋଇଛି । ଧନଜୀବନ ନଷ୍ଟ ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ପ୍ରାୟ ୩୧ଜଣ ପ୍ରାଣ ହରାଛନ୍ତି । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏହା  ସହିତ କେନ୍ଦ୍ର ସରକାର ଘୋଷଣା କରିଥିବା ବନ୍ୟା ସହାୟତା ବାବଦରେ ବିବରଣୀ ଦେଇଛନ୍ତି । ବନ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ର ସରକାର ୯୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ଅର୍ଥରାଶିର ଦୁଇଟି କିସ୍ତି ଅର୍ଥ ବିଭାଗ ରାଜ୍ୟକୁ ଛାଡ଼ିଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

wp:embed {"url":"https://www.prameyanews7.com/jammu-terrorist-attack-army-in-action-after-sacrifice-of-five-soldiers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jammu-terrorist-attack-army-in-action-after-sacrifice-of-five-soldiers/
/wp:embed

ସୀତାରମଣ କହିଛନ୍ତି, ଚେନ୍ନାଇରେ ତିନୋଟି ଅତ୍ୟାଧୁନିକ ଡପ୍ଲାର ରାଡାର ସିଷ୍ଟମ ଲାଗଛି । ଭାରତୀୟ ପାଣିପାଗ ବିଭାଗ ଡିସେମ୍ବର ୧୨ ତାରିଖରେ ବର୍ଷା ନେଇ ସତର୍କ କରାଇଥିଲା । ଡିସେମ୍ବର ୧୭ ତାରିଖରେ ତେନକାଶୀ, କନ୍ୟାକୁମାରୀ, ତିରୁନେଲବେଲି ଏବଂ ତୁତିକୋରିନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭବିଷ୍ୟବାଣୀ କରିଥିଲା । ହେଲେ ରାଜ୍ୟ ସରକାର ଏବାବଦରେ କୌଣସି ତତ୍ପରତା ଦେଖାଇନଥିଲେ । ତେବେ ନିର୍ମାଳଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡିଏମକେ ମନ୍ତ୍ରୀ ମନୋ ଥଙ୍ଗୋରାଜ୍ । ସେ କହିଛନ୍ତି କେନ୍ଦ୍ରୀ ପାଣିପାଗ ବିଭାଗର ବିମ୍ବଳରେ ବୁଲେଟିନ୍ ଜାରି କରିଥିଲା । ତେଣୁ ଲୋକଙ୍କୁ ଏଭଳି ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା ।

wp:embed {"url":"https://www.prameyanews7.com/india-records-640-fresh-covid-cases-active-caseload-nears-3000-mark/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-records-640-fresh-covid-cases-active-caseload-nears-3000-mark/
/wp:embed

ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୨୦୧୫ରେ ମଧ୍ୟ ଚେନ୍ନାଇରେ ସମାନ ଧରଣ ବର୍ଷା ହୋଇଥିଲା । ବନ୍ୟାରେ ଜଳମଗ୍ନ ହୋଇଥିଲା ଅଧିକାଂଶ ଅଞ୍ଚଳ । ଏହି ସମୟରେ କେନ୍ଦ୍ର ସରକାର ୪ ହଜାର କୋଟି ସହାୟତା ରାଶି ଘୋଷଣା କରିଥିଲେ । ଏଥିରେ ବାତ୍ୟା ଆଶ୍ରୟସ୍ଥଳୀ ସହିତ ବନ୍ୟା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବାରେ ଥିଲା । ହେଲେ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ନିର୍ମଳା । ସେପଟେ ଏହାର ଜବାବ ରଖିଛି ଡିଏମକେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.