୩୧ କାର୍ଟୁନ୍‌ ଆସ୍କା ୪୦ ଜବତ କଲା ପୋଲିସ୍‌, ୨ ବେପାରୀ ଗିରଫ

Published By : Prameya-News7 Bureau | November 03, 2022 IST

ଜଟଣୀ,୦୩/୧୧: ଜଟଣୀ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ମଦର କାରବାର ବଢ଼ୁଥିବା ଦେଖି ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରିଛି । ମାତ୍ରାଧିକ ଆସ୍କା ୪୦ ଥିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଜଟଣୀ ଥାନା ଅନ୍ତର୍ଗତ ତିରିମଳ ଗ୍ରାମର ଏକ ଘର ଉପରେ ଚଢ଼ାଉ କରି ୩୧ କାର୍ଟୁନ ଦେଶୀ ମଦ ଜବତ କରିଛି l ଏଥିରେ ଜଡ଼ିତ ଥିବା ତିରିମଳ ଗ୍ରାମ ପାଇକସାହିର ଶଶୀକାନ୍ତ ଜେନା ଓରଫ ଗୁଗୁ ଓ ତାର ସହଯୋଗୀ, ବିଶିଆପଡାର କାହ୍ନୁ ଚରଣ ପାଲଟାସିଂହ ଓରଫ କାହ୍ନୁ ବୋଲି ପୋଲିସ ଜାଣିଵା ପରେ ଉଭୟ, ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ପୋଲିସ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.