କେନ୍ଦ୍ରାପଡା ଅହିରାଜପୁର ହେନ୍ତାଳବଣ ମଧ୍ୟରେ ୩୦ ଫୁଟ ଲମ୍ବର ତିମି : ଦେଖାଣାହାରୀଙ୍କ ଭିଡ
11/01/2019 at 7:34 PM
ପଟ୍ଟାମୁଣ୍ଡାଇ୧୧|୧: କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ନିକଟସ୍ଥ ଅହିରାଜପୁର ହେନ୍ତାଳ ବଣ ମଧ୍ୟରେ ଏକ ୩୦ ଫୁଟ ଲମ୍ବର ତିମି ମାଛର ମୃତ ଦେହ ଦେଖିବାକୁ ମିଳିଛି । ଏତେ ବଡ ତିମି ମାଛ ଦେଖିବାକୁ ଲୋକଙ୍କ ଭିଡ ଲାଗି ରହିଛି । ମଲା ତିମି ମାଛଟି ଗୋଟେ ବଡ ଜାହାଜ ଭଳି ଦେଖାଯାଉଛି ।
ତେବେ ତିମିଟି କେମିତି ମଲା ତାର କୌଣସି ସୂଚନା ମିଳି ନାହିଁ । ଅନୁମାନ କରାଯାଉଛି ଯେ, ତିମି ମାଛଟି ମରିବା ଦୁଇ ତିନି ଦିନ ହୋଇ ସାରିଛି ।
ଗଭୀର ସମୁଦ୍ର ମଧ୍ୟରେ ରହୁଥିବା ତିମି ମାଛଟି କୂଳ ଆଡକୁ ଆସୁଥିବାବେଳେ କୌଣସି ଅଘଟଣ ଘଟିଛି ବା ଯାହାଜ ମାଡ ହୋଥିବା ଅନୁମାନ କରାଯାଉଛି । ଅହିରାଜପୁର ଅଂଚଳରେ ଆଗରୁ ଏତେ ବଡ ତିମି ମାଛ କେବେ ମରି ଭାସି ଆସିଥିବାର ନଜୀର ନାହିଁ । ଅନେକ ସମୟରେ ପୁରୀ ଏବଂ ଗଂଜାମ ଉପକୂଳରେ ମଧ୍ୟ ଆଗରୁ ବଡ ତିମି ମାଛ ମରି ଭାସୁଥିବା ଦେଖାଯାଇଛି ।

Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023