ଭୁବନେଶ୍ଵର ୨୧।୧୨: ଗତ ଦୁଇ ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତ ସଂଖ୍ୟା ସୁସ୍ଥଠୁ ଅଧିକ ରହୁଛି। ଅର୍ଥାତ ସୁସ୍ଥ ତୂଳନାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩୦୯ ସୁସ୍ଥ ହୋଇଛନ୍ତି। ଯଦି ଏମିତି ଟ୍ରେଣ୍ଡ ଜାରି ରହେ ତେବେ ନିଶ୍ଚିତ ଭାବେ ସଭିଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ। ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ନିଜର କାୟା ମେଲାଇ ପାରୁନଥିଲେ ବି କରୋନା ଭୟ ଏବେ ମଧ୍ୟ ଦୂର ହୋଇ ନାହିଁ। ଆଜି ସୁସ୍ଥ ହୋଇଥିବା ୩୦୯ ଜଣଙ୍କୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୧, ୯୫୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୋମବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
wp:html/wp:htmlAnother 309 Covid patients have recovered and are being discharged on 21.12.2020
— H & FW Dept Odisha (@HFWOdisha) December 21, 2020
44 from Anugul
28 from Sundargarh
27 from Khordha
26 from Baleswar
26 from Mayurbhanj
20 from Cuttack
18 from Puri
15 from Nuapada
14 from Jharsuguda
12 from Bolangir
10 from Sambalpur
ବିଭାଗ ଅନୁଯାୟୀ, ଅନୁଗୁଳରୁ ଆଜି ସର୍ବାଧିକ ୪୪ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ଵରରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୦, ପୁରୀରୁ ୧୮, ନୂଆପଡାରୁ ୧୫, ଝାରୁସଗୁଡାରୁ ୧୪, ବଲାଙ୍ଗୀରରୁ ୧୨, ସମ୍ବଲପୁରରୁ ୧୦, ବରଗଡରୁ ୯, ଭଦ୍ରକରୁ ୮, ଯାଜପୁରରୁ ୭, କେନ୍ଦୁଝରରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ଗଜପତିରୁ ୩, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, କୋରାପୁଟରୁ ୧ ଓ ସୋନପୁରରୁ ୧ ଆରୋଗ୍ୟଲାଭ କରିଛନ୍ତି।
wp:html/wp:htmlThe total recovered cases of Odisha now stand at 321956
— H & FW Dept Odisha (@HFWOdisha) December 21, 2020
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୬ ହଜାର ୫୯୬କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନା ଆଉ ୩ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୮୩୯ରେ ପହଞ୍ଚିଛି।