scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରାଜିଲରେ ହଙ୍ଗାମା: ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ୩ ହଜାର ସମର୍ଥକ ସଂସଦ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ପଶି କଲେ ଭଙ୍ଗାରୁଜା

9/01/2023 at 9:09 AM

ନୂଆଦିଲ୍ଲୀ: ବ୍ରାଜିଲ୍‌ରେ ଆମେରିକା ଭଳି ପରିସ୍ଥିତି ଉପୁଜିଛି। ବରଂ ଆମେରିକା ଠାରୁ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଦେଶର ପୂର୍ବତନ ରାଷ୍ଟ୍ରପତି ଜାଏର ବୋଲୋସୋନାରୋଙ୍କ ସମର୍ଥକମାନେ ଦେଶର ସଂସଦ ଓ ରାଷ୍ଟ୍ରପତି ଭବନବ ଓ ସୁପ୍ରିମ କୋର୍ଟରେ ପଶି ଭଙ୍ଗାରୁଜା କରିଛନ୍ତି। ପାଖାପାଖି ୩ ହଜାର ସମର୍ଥକ ଆଜି ସରକାରୀ କାର୍ଯ୍ୟାଳୟରେ ପ୍ରବେଶ କରି ଏପରି ଉତ୍‌ପାତ କରିଛନ୍ତି। ଯାହା ଦୈଶର ରଜନୈତିକ ଇତିହାସରେ ସବୁଠାରୁ କଳା ଅଧ୍ୟାୟ ବୋଲି କୁହାଯାଉଛି।

ବ୍ରାଜିଲ୍‌ରେ ନିକଟରେ ହୋଇଥିବା ନିର୍ବାଚନରେ ଲୁଇଜ୍ ଇନ୍‌କାଓ ଲୁଲା ଡା ସିଲ୍‌ଭା ବୋଲସୋନାରୋଙ୍କୁ ଅତି କମ୍ ଭୋଟରେ ହରାଇ ରାଷ୍ଟ୍ରପତି ହୋଇଥିଲେ। ହେଲେ ଏହି ପରାଜୟକୁ ସ୍ୱୀକାର କରିପାରି ନାହାନ୍ତି ବୋଲସୋନାର ଓ ତାଙ୍କ ସମର୍ଥକ। ଏଥିପାଇଁ ସେହି ଦିନଠାରୁ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା। ଏହି ଅସନ୍ତୋଷ ଏବେ ଚରମ ରୂପ ନେଇଛି। ଦେଶରେ ସଂସଦ ଓ ନ୍ୟାୟାଳୟ ଉପରେ ଆକ୍ରମଣ କରିଛନ୍ତି ବୋଲ୍‌ସୋନାର ସମର୍ଥକ।

ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଲୁହା ବୁହା ଗ୍ୟାସ୍ ମାଡ଼ କରିଥିଲା ହେଲେ ତଥାପି ଭିଡ଼ ନିୟନ୍ତ୍ରଣ ହୋଇପାରି ନଥିଲା ବ୍ୟାରିକେଡ୍ ଭାଙ୍ଗି ବୋଲସୋନାରୋଙ୍କ ସମର୍ଥକମାନେ ଏପିର କାଣ୍ଡ ଘଟାଇଛନ୍ତି। ହଳଦିଆ ଓ ସବୁଜ ପତାକା ଧରି ଆନ୍ଦୋଳନକାରୀ ମାନେ ଉଥ୍‌ପାତ କରିଛନ୍ତି।

ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀ କରି ବୋଲୋସୋନାରୋଙ୍କ ବିରୋଧରେ ମନ୍ତବ୍ୟ ଦେବା ସହ ରଜଧାନୀ ସୁରକ୍ଷା ବ୍ୟବସ୍ଥାର ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ଆନ୍ଦୋଳନ ଫାଶିବାଦୀ, ନାଜିବାଦୀ  ଓ ଷ୍ଟାଲିନଙ୍କ ଚରମପନ୍ଥି ସହିତ ତୁଳନା କରିଛନ୍ତି। ବର୍ତ୍ତମାନ ସାଓପାଓଲ ରାଜ୍ୟ ଗସ୍ତରେ ଥିବା ରାଷ୍ଟପତି ଲୁଲା କହିଛନ୍ତି ଯେଉଁମାନେ ଏଭଳି ଉତ୍‌ପାତ କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ।

Bolsonaro's supporters vandalise the interior of the presidential palace during a demonstration against President Lula.

୨୦୨୧ରେ ଆମେରିକାରେ ମଧ୍ୟ ଏମିତି ହୋଇଥିଲା। ଟ୍ରମ୍ପଙ୍କ ନିର୍ବାଚନରେ ପରାସ୍ତ ପରେ ସଂସଦ ଭବନ ଭିତରେ ଭଙ୍ଗାରୁଜା କରିଥିଲେ। ଏଥିରେ ଟ୍ରମ୍ପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ କଥାଯାଇଥିଲା।

ଏପଟେ ବ୍ରାଜିଲ୍‌ର ଏଭଳିଂ ହିଂସାକୁ ବିରୋଧ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶାନ୍ତିର ସହ ସହିତ କ୍ଷମତା ହସ୍ତାନ୍ତର ହେବା ଉଚିତ୍। ଆମେ ନୂଆ ସରକାରଙ୍କ ସହିତ କାମ କରିବାକୁ ଇଚ୍ଛୁକ ବୋଲି ବାଇଡେନ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେହିପରି ବୋଲ୍‌ସୋରନାରୋ ମଧ୍ୟ ଏଭଲି କାଣ୍ଡକୁ ବିରୋଧ କରିଛନ୍ତି। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ବୋଲସୋନାରୋ କହିଛନ୍ତି।

 

ଏପଟେ ନରେନ୍ଦ୍ର ମୋଦୀ ମଧ୍ୟ ବ୍ରାଜିଲ୍‌ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ବ୍ରାଜିଲ୍‌ରେ ହୋଇଥିବା ହିଂସାକୁ ନେଇ ମୁଁ ଚିନ୍ତିତ। ପ୍ରତ୍ୟେକ ନାଗରିକ ଗଣତନ୍ତ୍ରର ପରମ୍ପରାକୁ ମାନିବା ଦରକାର। ଆମେ ବ୍ରାଜିଲିଆନ ସରକାରଙ୍କୁ ଆମର ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ମୋଦୀ ଟ୍ୱିଟ୍ କରି କହିଛନ୍ତି।

   Related Posts