ଭାରତରେ ପଶିବାକୁ ପ୍ରସ୍ତୁତ ରହିଛନ୍ତି ୩୦୦ ଆତଙ୍କବାଦୀ, ଆଲର୍ଟରେ ଭାରତୀୟ ଯବାନ

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬।୦୪: ପୂରା ଦୁନିଆ ଯେବେ କରୋନା ମହମାରୀର ମୁକାବିଲା ଲାଗି ପ୍ରାଣପ୍ରଣେ ଉଦ୍ୟମ ଚଳାଇଛି ସେହି ସମୟରେ ସୀମା ପାରରେ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଜଗି  ବସିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶର ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନା ସୀମାରେ ଅନୁପ୍ରବେଶ ନିରୋଧକ ଟିମ୍ ଓ ଆତଙ୍କ ନିରୋଧୀ ବଳକୁ ଆଲର୍ଟ କରି ଦେଇଛି।

ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପିଓକେରେ ନିର୍ମିତ ଲଞ୍ଚିଂ ପ୍ୟାଡ୍‌ରେ ପ୍ରସ୍ତୁତ ହୋଇ ରହିଥିବା ଆତଙ୍କବାଦୀ କରୋନା ସଂକ୍ରମିତ ମଧ୍ୟ ହୋଇଥାଇ ପାରନ୍ତି। ଏହାକୁ ନେଇ ଭାରତୀୟ ସେନା ଅଧିକ ସତର୍କ ହୋଇ ଉଠିଛନ୍ତି। ଆତଙ୍କବାଦୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ଖବର ଖୋଦ୍ ଜାମ୍ମୁ-କାଶ୍ମୀରର ଡିଜିପି ଦିଲବାଗ ସିଂହ ଦେଇଛନ୍ତି।

{"id":260573,"sizeSlug":"large"}

ପାକ୍‌ ସେନା ସକ୍ରିୟ ହେଲା ୧୬ ଲଞ୍ଚ ପ୍ୟାଡ୍

ସେନା ଫିଲ୍ଡ ଇଣ୍ଟେଲିଜେନ୍ସ ୟୁନିଟ୍ ମାନବ ଓ  ପ୍ରଯୁକ୍ତିବିଦ୍ୟା ସୂଚନା ଆଧାରରେ ମିଳିଥିବା ସୂଚନା ଅନୁଯାୟୀ ସୀମା ପାରରୁ ଲସ୍କର ଏ ତୋଇବା ଓ ଜୈଶ ଇ ମହମ୍ମଦର ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ଚାହିଁ ରହିଛନ୍ତି। ନିକଟ ଦିନରେ ପାକିସ୍ତାନୀ ସେନାର ଗୁଇନ୍ଦା ଏଜେନ୍ସି  ଆଇଏସଆଇ ସହିତ ମିଶି ନୌସେରା ଓ ଛମ୍ବେ ସଂଲଗ୍ନ ଏଲଓସି ନିକଟରେ ୧୬ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ସକ୍ରିୟ କରିଛି। ଏହି ଆତଙ୍କବାଦୀ ଉତ୍ତର କାଶ୍ମୀରର ଗୁଲମର୍ଗରୁ ଭାରତରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି।

{"id":260574,"sizeSlug":"large"}

ସୀମାର ଅବସ୍ଥା ନିୟମିତ ହେଉଛି ସମୀକ୍ଷା

ରିପୋର୍ଟ ଅନୁଯାୟୀ, କାଶ୍ମୀରରେ ମୁତୟନ ୧୫ତମ କୋରର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ ପ୍ରତିଦିନ ସୀମାରେ ଅନୁପ୍ରବେଶର ସ୍ଥିତିକୁ ନେଇ ବୈଠକ କରୁଛନ୍ତି। ଅପରପକ୍ଷେ ଅନୁପ୍ରବେଶ କରାଇବା ନିମନ୍ତେ ପାକିସ୍ତାନୀ ସେନା ସୀମାରେ ନିୟମିତ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି।

ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ସୀମାରେ ଆତଙ୍କବାଦୀ କିମ୍ବା ଅନୁପ୍ରବେଶକାରୀଙ୍କ ସହ ଗୁଳି ବିନିମୟରେ ପରେ ସେମାନଙ୍କର ଶବ ନିକଟକୁ ଯିବା ପୂର୍ବରୁ ଅତ୍ୟଧିକ ସତର୍କ ରହିବାକୁ କୁହାଯାଇଛି। ଆଶଙ୍କା ରହିଛି ଆତଙ୍କବାଦୀଙ୍କ ମଧ୍ୟରୁ ଅତ୍ୟଧିକ କରୋନା ସଂକ୍ରମିତ ହୋଇ ଥାଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.