ବିଶ୍ୱ ବାଣିଜ୍ୟ କେନ୍ଦ୍ର ସ୍ମାରକ ନିକଟରୁ ମିଳିଲା ୩୦୦ପକ୍ଷୀଙ୍କ ମୃତଦେହ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮/୦୯: ଆମେରିକାର ନ୍ୟୁୟର୍କ ସହରର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବିଲଡିଂ ନିକଟରେ ଶହ ଶହ ମୃତ ସଙ୍ଗବାର୍ଡ ଦେଖିବାକୁ ମିଳିଛି। ଏମାନଙ୍କ ମୃତ୍ୟୁର କାରଣ ଆଖପାଖର ବଡ ବଡ ଅଟ୍ଟାଳିକା ସହ ଧକ୍କା ହୋଇଥିବାରୁ ହୋଇଛି। ସେ ସମସ୍ତ ଅଟ୍ଟାଳିକାରେ କାଚର ଝରକା ଲାଗିଥିବାରୁ ଏହି ନିରୀହ ପକ୍ଷୀମାନଙ୍କର ଧକ୍କା ହୋଇ ମୃତ୍ୟୁ ହୋଇଛି। ଏତେ ସଂଖ୍ୟକ ସଙ୍ଗବାର୍ଡର ମୃତ୍ୟୁକୁ ନେଇ ପକ୍ଷୀ ବିଜ୍ଞାନୀ ଅତ୍ୟନ୍ତ ଚିନ୍ତିତ ହୋଇପଡିଛନ୍ତି।

wp:html /wp:html

ନ୍ୟୁୟର୍କର ମ୍ୟାନହଟନ୍ ଅଞ୍ଚଳରେ ବଡ଼ ଅଟ୍ଟାଳିକା ସହିତ ପିଟି ହୋଇ ପକ୍ଷୀଙ୍କର ମୃତ୍ୟୁ ହେବା ଖବର ବାରମ୍ବାର ଆସୁଛି। କିନ୍ତୁ ଏହି ସପ୍ତାହରେ, ଅଧିକ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ନ୍ୟୁୟର୍କ ଅଡୁବୁନର ଜଣେ କର୍ମଚାରୀ ମେଲିଆ ବେର ଏହି ପକ୍ଷୀମାନଙ୍କ ମୃତଦେହର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଫଟୋ ଦେଖି ଲୋକଙ୍କ ହୋସ୍ ଉଡିଯାଇଛି। ନ୍ୟୁୟର୍କ ଅଡୁବୁନ୍ ରିପୋର୍ଟ କରିଛି ଯେ ସୋମବାର ଦିନ ହୋଇଥିବା ଘୂର୍ଣ୍ଣିବଳୟ ହେତୁ ପକ୍ଷୀଙ୍କର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ନ୍ୟୁୟର୍କର ଅଡୁବୁନରେ ଥିବା ସ୍ବେଚ୍ଛାସେବୀମାନେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ମ୍ୟାନହଟନ୍ ଅଞ୍ଚଳର ସମସ୍ତ ପ୍ରମୁଖ ଅଟ୍ଟାଳିକାକୁ ପରିଚାଳନା କରୁଥିବା ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ରାତି ସମୟରେ ଲାଇଟ୍ କମ୍ କରିଦିଅନ୍ତୁ। ଯାହାଫଳରେ ପକ୍ଷୀମାନଙ୍କୁ ଅସୁବିଧା ହେବ ନାହିଁ କି ସେମାନେ କାଚରେ ପିଟି ହୋଇ ମରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.