scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମେରୁର ବରଫ ଭିତରେ ବର୍ଷେପାଇଁ ନିଜକୁ କୈଦ କରିଛନ୍ତି ୩୦୦ ବୈଜ୍ଞାନିକ-ଖର୍ଚ୍ଚ ହେବ ୧୦୯୧ କୋଟି ଟଙ୍କା

26/09/2019 at 4:21 PM

ନ୍ୟୁୟର୍କ – ଜଳବାୟୁ ପରିବର୍ତ୍ତନ , ମହାସାଗର ସ୍ଥିତି ଓ ଦ୍ରୁତ ଗତିରେ ମେରୁ ଅଞ୍ଚଳରୁ ତରଳୁଥିବା ବରଫ ବିଷୟରେ ଗବେଷଣା କରିବା ପାଇଁ ୩୦୦ ବୈଜ୍ଞାନିକ ବର୍ଷେ ପାଇଁ ଉତ୍ତର ମେରୁ ଅଞ୍ଚଳରେ ରହିଛନ୍ତି । ଉତ୍ତର ମେରୁ ବରଫ ମଧ୍ୟରେ ଗବେଷଣାଗାର ଭାବେ ତିଆରି କରାଯାଇଥିବା ଜାହାଜ ମଧ୍ୟରେ ଏମାନେ ରହିବା ସହ ବିଭିନ୍ନ ଗବେଷଣା କରୁଛନ୍ତି । ଏଥିପାଇଁ ୧୫୪ ମିଲିୟନ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୧୦୯୧ କୋଟି ଟଙ୍କା ଖର୍ଚ୍ଚ ହେବ ।
ସେପ୍ଟେମ୍ବର ୨୦ ତାରିଖରୁ ଏହି ଗବେଷଣା ଆରମ୍ଭ ହୋଇଛି । ଜର୍ମାନ ସର୍ବ ବୃହତ ଗବେଷଣାଗାର ଜାହାଜ ପୋଲାରଷ୍ଟ୍ରନରେ ଏହି ବୈଜ୍ଞାନିକମାନେ ଅଛନ୍ତି । ୧୭ଟି ଦେଶର ୩୦୦ ଜଣ ବୈଜ୍ଞାନିକ ଏହି ଜାହାଜ ମଧ୍ୟରେ ରହିଛନ୍ତି ।ବର୍ଷକପାଇଁ ଏହା ବରଫ ଉପରେ ଭାସମାନ ଅବସ୍ଥାରେ ରହିବ । ମେରୁରେ ବର୍ଷସାରା କିପରି ଜଳବାୟୁ ପରିବର୍ତ୍ତନ ହେଉଛି ତାହାକ ସବିଶେଷ ତଥ୍ୟ ଏହି ବୈଜ୍ଞାନିକମାନେ ପାଇ ପାରିବେ । ଏହା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ ।

Credit: Alfred-Wegener-Institut/Roland Kerstein


ଉତ୍ତର ମେରୁରେ ଜଳବାୟୁ ପରିବର୍ତ୍ତନ ଗଭୀର ପ୍ରଭାବ ପଡୁଛି। ଚଲିତ ବର୍ଷ ଏହାର ବରଫାବୃ୍ତ୍ତ ଅଞ୍ଚଳ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଅତି ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି । ମାତ୍ର ଏବେ ଏହା ଅତ୍ୟଧିକ ହ୍ରାସ ପାଇ ମାତ୍ର ୧୪.୫ ବର୍ଗ କିଲୋମିଟରରେ ପହଞ୍ଚିଛି ।୨୦୧୧ ମସିହା ଅପେକ୍ଷା ଏହା ୧.୩ ଲକ୍ଷ ବର୍ଗ କିଲୋମିଟର କମ୍‌ । ସର୍ବାଧିକ ୧୧ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବରଫାବୃତ୍ତ ହୋଇ ରହିଥାଏ। ଏତେ ମାତ୍ରାରେ ବରଫ ତରଳି ନଥାଏ ।୧୯୮୧ରୁ ୨୦୧୦ମଧ୍ୟରେ ଏହା ହାରାହାରି ୧୫.୬୪ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥାଏ। ମାର୍ଚ୍ଚ ମାସରେ ହିଁ ଉତ୍ତର ମେରୁରେ ସର୍ବାଧିକ ଅଞ୍ଚଳ ବରଫାବୃତ୍ତ ହୋଇ ରହିଥାଏ । ଏହା ୧୫ ଦିନ ପର୍ଯ୍ୟନ୍ତ ରୁହେ । ସାଧାରଣତଃ ମାର୍ଚ୍ଚ ୧୨ ତାରିଖରେ ଉତ୍ତର ମେରୁ ନିକଟସ୍ଥ ସର୍ବାଧିକ ଅଞ୍ଚଳ ବରଫାଚ୍ଛନ୍ନ ଅବସ୍ଥାରେ ଥାଏ ।

Credit: Alfred-Wegener-Institut/Roland Kerstein

ଏବେ ବରଫ ତରିଳିଯାଇଥିବାରୁ ଜାହାଜଟି ମହାସାଗର ଜଳରେ ରହିଛି। ଅକ୍ଟୋବର ମାସ ବେଳକୁ ଏହା ଚାରିପଟେ ବରଫ ଜମିଯାଇଥିବା । ଧୀରେ ଧୀରେ ଏହା ବରଫରେ ଆଗକୁ ବଢିବ ।ଏଥିପାଇଁ ଋଷ୍‌, ଚୀନ୍‌ ସହ ୩ଟି ଦେଶ ଆଇସ ବ୍ରେକର ବି ଏହା ସହ ଯାତ୍ରା କରୁଛନ୍ତି । ବରଫକୁ କାଟି ଏହି ଜାହାଜ ମେରୁର ବିଭିନ୍ନ ଅଞ୍ଚଳରେ ଗବେଷଣା କାର୍ଯ୍ୟରେ ନିୟୋଜିତ ହେବ । ମେରୁ ସହ ଜଳବାୟୁ ପରିବର୍ତ୍ତନ ବିଷୟରେ ଏହା ଅନେକ ତଥ୍ୟ ସଂଗ୍ରହରେ ସହାୟକ ହେବ ବୋଲି ଆଶା କରାଯାଉଛି .

   Related Posts