ପୁରୀର ୩୦୦ ହୋଟେଲକୁ ଖିନଭିନ କରିଦେଇଛି ବାତ୍ୟା ଫୋନି, ହୋଟେଲ ଅବସ୍ଥା ଜାଣି ଆସୁନାହାନ୍ତି ବି ପର୍ଯ୍ୟଟକ

Published By : Prameya-News7 Bureau | May 20, 2019 IST

ପୁରୀ (ଚିତ୍ତରଂଜନ ମହାନ୍ତି)୨୦|୫: ବାତ୍ୟା ଉଜାଡ଼ିଦେଲା ପର୍ଯ୍ୟଟନ ଶିଳ୍ପର ମେରୁଦଣ୍ଡ । ପୁରୀ ବେଳାଭୂମିକୁ ଲାଗିଥିବା ଅନେକ ଆକର୍ଷଣୀୟ ହୋଟେଲକୁ ଖିନ୍ ଭିନ୍ କରିଦେଇଯାଇଛି ଫୋନି । ଏଯାଏଁ ବାଲି ସମାନ୍ତରାଳ ଛଡ଼ା ଅନ୍ୟ କିଛି କାମ ଆରମ୍ଭ ହୋଇନି । ଫଳରେ ଶ୍ରୀକ୍ଷେତ୍ରକୁ ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି ।

{"id":113948,"align":"center","width":575,"height":425}

ପୁରୀ । ଏଠି ସବୁବେଳେ ପର୍ଯ୍ୟଟକ ହାଉଜାଉ ହେଉଥାଆନ୍ତି । ହେଲେ ପ୍ରକୃତି ଏମିତି ଦାଉ ସାଧିଛି ଯେ ସବୁବେଳେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଏବେ ଶ୍ରୀହୀନ । ପର୍ଯ୍ୟଟକଙ୍କୁ ନଜରରେ ରଖି ଏଠି ଗଢ଼ିଉଠିଛି ଅନେକ ହୋଟେଲ । ଚକ୍ରତୀର୍ଥ ବେଳାଭୂମି ଠାରୁ ଆରମ୍ଭ କରି  ସିପସରୁବାଲି ଯାଏଁ ବେଳାଭୂମି କଡ଼ରେ ରହିଛି ଅନେକ ତାରକା ହୋଟେଲ । ହେଲେ ବାତ୍ୟା ପରଠୁ ଏ ହୋଟେଲଗୁଡ଼ିକୁ ଚିହ୍ନି ହେଉନି ଆଉ ।

{"id":113949}

ହୋଟେଲର ସାଜସଜ୍ଜା ବୋଲି ଆଉ କିଛି ନାହିଁ । କାଚ ଝରକା,ଗ୍ଲାସ ୱାଲ ସବୁ ଯାଇଛି ।ବାଲିଚର ପାଲଟିଯାଇଛି ହୋଟେଲ ରାସ୍ତା । ରୁମ୍‌ ଗୁଡ଼ିକର ଟିଭି, ଏସି, ଫ୍ରିଜ୍ ସମେତ ବହୁ ଆସବାବପତ୍ର ନଷ୍ଟ ହୋଇଛି । ଆଲୋକାମାଳା, ୱାଟର ଫାଉଣ୍ଟେନ ହୋଟେଲର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଥିଲା । ହେଲେ ଏସବୁ ଏବେ ଭୂତ କୋଠି ପରି ଲାଗୁଛି ।

{"id":113950}

ପୁରୀରେ ୩୦୦ରୁ ଅଧିକ ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ସ୍ଥିତି ସାମାନ୍ୟ ସୁଧୁରିଥିଲେ ବି ହୋଟେଲ ବନ୍ଦ ଯୋଗୁଁ ପର୍ଯ୍ୟଟକ ପୁରୀ ଆସୁନାହାଁନ୍ତି । ହୋଟେଲ ମାଲିକ ତ ଯାହା କ୍ଷତି ସହୁଛନ୍ତି । ଅଟୋ, ରିକ୍ସା, କାର୍ ଚଳାଚଳ ବି ଠପ୍ । ରେଷ୍ଟୁରାଣ୍ଟ ବେପାର ବି ନାହିଁ କହିଲେ ଚଳେ । ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାରୁ ଋଣ ପରିଶୋଧ ଉପରେ ସ୍ଥଗିତାଦେଶ ପାଇଁ ହୋଟେଲ ସଂଘ ଦାବି କରିଛି ।

{"id":113952}

ଜେସିବି ଲଗାଇ ବେଳାଭୂମି ରାସ୍ତାକୁ ସମତୁଳ କରାଯାଉଛି । ତେବେ ପୁରୁଣା ସୌନ୍ଦର୍ଯ୍ୟ ପାଇବା ପାଇଁ ହୋଟେଲଗୁଡ଼ିକ ଅଧିକ ସମୟ ଲାଗିବ

{"id":113951}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.