୩୦ ବର୍ଷ ପରେ ଶରଦ ପୂର୍ଣ୍ଣିମାରେ ମଙ୍ଗଳଙ୍କ ଉପରେ ପଡୁଛି ଚନ୍ଦ୍ରଙ୍କ ଦୃଷ୍ଟି, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ମହାଲକ୍ଷ୍ମୀ ଯୋଗ

Published By : Prameya-News7 Bureau | October 12, 2019 IST

ଚଳିତବର୍ଷ ଶରଦ ପୂର୍ଣ୍ଣିମାରେ ସୃଷ୍ଟି ହେଉଛି ଅପୂର୍ବ ସଂଯୋଗ। ୩୦ ବର୍ଷ ପରେ ରବିବାର ଏହି ଦୁର୍ଲଭ ଯୋଗ ସୃଷ୍ଟି ହେବ।  ଚନ୍ଦ୍ରମା ଓ ମଙ୍ଗଳଙ୍କ ମଧ୍ୟରେ ଦୃଷ୍ଟି ସମ୍ବଦ୍ଧ ହେବା ଯୋଗୁ ସୃଷ୍ଟି ହେଉଥିବା ଯୋଗକୁ 'ମହାଲକ୍ଷ୍ମୀ ଯୋଗ' ବି କୁହାଯାଇପାରେ। ଏଣୁ ଶରଦ ପୂର୍ଣ୍ଣିମାରେ ଶୁଭ ଯୋଗ ଯୋଗୁ ଏଥିଲାଗି ପାଳନ ହେବାକୁ ଥିବା ଉତ୍ସବ ଆହୁରି ବି ଖାସ ହେବ। ଆଶ୍ୱୀନ ମାସର ଏହି ପୂର୍ଣ୍ଣିମାକୁ ଜାଗର ପୂର୍ଣ୍ଣିମା ବି କୁହନ୍ତି। କାରଣ ଏହି ରାତିରେ ମା ଲାକ୍ଷ୍ମୀ ପୃଥିବୀ ଭ୍ରମଣରେ ଆସନ୍ତି ବୋଲି ଲୋକମାନ୍ୟତା ରହିଛି। ଏଣୁ ଲୋକେ ରାତି ଉଜାଗର ରହି ମାଙ୍କ କରୁଣା ପ୍ରାପ୍ତ କରନ୍ତି।

{"id":169414}

ଶରଦ ପୂର୍ଣ୍ଣିମାରେ ମହାଲକ୍ଷ୍ମୀଙ୍କ ପୂଜାର ଅପୂର୍ବ ସୁଯୋଗ ୩୦ ବର୍ଷ ପରେ ପଡିଛି। ଏଣୁ ଚଳିତବର୍ଷ ଶରଦ ପୂର୍ଣ୍ଣିମାରେ ସୁସ୍ଥ ସ୍ୱାସ୍ଥ୍ୟ ସାଙ୍ଗକୁ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାରର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଚଳିତବର୍ଷ ଶରଦ ପୂର୍ଣ୍ଣିମାରେ ଚନ୍ଦ୍ର ମିନ ରାଶିରେ ଓ ମଙ୍ଗଳ କନ୍ୟା ରାଶିରେ ଅବସ୍ଥାନ କରୁଛନ୍ତି। ଏଣୁ ଉଭୟ ଗ୍ରହ ସାମ୍ନାସାମ୍ନି ରହୁଥିବା ବେଳେ ମଙ୍ଗଳ ଚନ୍ଦ୍ରଙ୍କ ପ୍ରଭୁତ୍ୱ ହସ୍ତାନକ୍ଷତ୍ରରେ ଅବସ୍ଥାନ କରିବେ। ଏହା ପୂର୍ବରୁ ଚନ୍ଦ୍ରମଙ୍ଗଳଙ୍କ ଏଭଳି ସ୍ଥିତି ୧୪ ଅକ୍ଟୋବର ୧୯୮୯ରେ ସୃଷ୍ଟି ହୋଇଥିଲା। ଯଦିଓ ୨୦ ଅକ୍ଟୋବର ୨୦୦୨ ଓ  ୬ ଅକ୍ଟୋବର ୨୦୦୬ ରେ ଏଭଳି ସଂଯୋଗ ହୋଇଥିଲା, ତେବେ ମଙ୍ଗଳ ଚନ୍ଦ୍ରଙ୍କ ନକ୍ଷତ୍ରରେ ଅବସ୍ଥାନ କରୁନଥିଲେ। ଏହା ଛଡା ଚଳିତବର୍ଷ ଚନ୍ଦ୍ରଙ୍କ ଉପରେ ବୃହସ୍ପତିଙ୍କ ଦୃଷ୍ଟି ରହୁଥିବାରୁ ଗଜକେଶରୀ ଯୋଗ ମଧ୍ୟ ସୃଷ୍ଟି ହେଉଛି।

{"id":169415}

ଅପୂର୍ବ ଯୋଗ ଯୋଗୁ ଶରଦ ପୂର୍ଣ୍ଣିମାରେ କ୍ରୟ ଓ ନୂଆ କାମ ଆରମ୍ଭ କରିବା ଅତ୍ୟନ୍ତ ଶୁଭପ୍ରଦ ହେବ ବୋଲି କୁହାଯାଏ। ଏହି ଦିନଟି ଚାକିରୀ ଓ ବ୍ୟବସାୟ କରୁଥିବା ଲୋକଙ୍କ ଲାଗି ଅତ୍ୟନ୍ତ ଶୁଭପ୍ରଦ ହେବ। ଏହି ଦିନରେ ନୂଆ ପଦପଦବୀ ଗ୍ରହଣ କରିବା ଅତ୍ୟନ୍ତ ଶୁଭ ହେବ। ଶରଦପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ଖାଲି ଆଖିରେ ଦେଖିଲେ ନେତ୍ର ଜନିତ ସମସ୍ୟାର ସୁଧାର ହୋଇଥାଏ ବୋଲି ମାନ୍ୟତା ରହିଛି।  ଏହା ଛଡା ଚନ୍ଦ୍ରଙ୍କ ଜ୍ୟୋତ୍ସ୍ନା ସ୍ନାମ ମଧ୍ୟ ସ୍ୱାସ୍ଥ୍ୟଲାଗି ଲାଭପ୍ରଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.