ଚଳିତବର୍ଷ ମାଘ ଅମାବାସ୍ୟା ବହୁତ ଖାସ୍, ୩୦ ବର୍ଷ ପରେ ପଡୁଛି ଖପ୍ପର ଯୋଗ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ ୧୮।୧:  କୌଣସି ମାସର କୃଷ୍ଣ ପକ୍ଷର ଶେଷ ଦିନକୁ ଅମାବାସ୍ୟା ଭାବେ ପାଳନ କରାଯାଏ। ମାଘମାସ ଅମାବାସ୍ୟାକୁ ଦେଶରେ ମୌନି ଅମାବାସ୍ୟା ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଏହି ଦିନରେ ସ୍ନାନ ଓ ଦାନ ଅତ୍ୟନ୍ତ ଗୁରୁତ୍ୱ ରହିଛି। କୁହାଯାଏ ମୌନି ଅମାବାସ୍ୟାରେ ପବିତ୍ର ନଦନଦୀରେ ବୁଡ ପକାଇଲେ ମଣିଷ ପାପ ମୁକ୍ତ ହୋଇଥାଏ ଓ ମନବାଞ୍ଛା ପୂରଣ ହୁଏ। ଚଳିତବର୍ଷ ମୌନି ଅମବାସ୍ୟା ୨୧ ଜାନୁୟାରୀ ଶନିବାର ପାଳିତ ହେବ।

{"id":734745,"width":839,"height":459,"sizeSlug":"full","linkDestination":"none"}

ଚଳିତବର୍ଷ ମୌନି ଅମବାସ୍ୟା ଏକ ଖାସ ଯୋଗରେ ପଡୁଛି। ପ୍ରାୟ ୩୦ ବର୍ଷ ପରେ ଅମବାସ୍ୟାରେ ଏହି ଯୋଗ ପଡୁଥିବା ବେଳେ ଲୋକେ ଏଥି ପାଇଁ ଉତ୍ସାହିତ ହୋଇଉଠିଛନ୍ତି।  ଜ୍ୟୋତିଷ ଶାସ୍ତ୍ରବିଦ୍‌ଙ୍କ ଅନୁସାରେ ଚଳିତବର୍ଷ ମୌନି ଅମାବାସ୍ୟାରେ  ଖପ୍ପର ଯୋଗ ପଡୁଛି। ଏହି ଯୋଗ ଧାର୍ମିକ କାର୍ଯ୍ୟ ସମ୍ପନ୍ନ କରିବା ଓ କୁଣ୍ଡଳିରେ ଥିବା ଦୋଷ ଦୂର କରିବା ପାଇଁ ଏକ ଖାସ ଯୋଗ ବୋଲି ଜ୍ୟୋତିଷାଚାର୍ଯ୍ୟମାନେ କହିଛନ୍ତି। ପ୍ରତ୍ୟେକ ଅଢେଇ ବର୍ଷରେ ଶନି ରାଶି ପରିବର୍ତ୍ତନ କରିଥାନ୍ତି। ଏହି ସମୟ କାଳରେ ଶନି କେବେ ରାଶିରେ ବକ୍ରି ତ କେତେବେଳେ ମାର୍ଗି ହୋଇଥାନ୍ତି। ଚଳିତବର୍ଷ ଶନି ମୌନି ଅମବାସ୍ୟାର ୪ ଦିନ ପୂର୍ବରୁ ରାଶି ପରିବର୍ତ୍ତନ କରିବେ।

{"id":734747,"width":840,"height":554,"sizeSlug":"full","linkDestination":"none"}

ରାଶି ପରିବର୍ତ୍ତନ କରି ଶନି ମୌନି ଅମବାସ୍ୟା ବେଳକୁ କୁମ୍ଭରାଶିରେ ଥିବେ। ଖାସ ଏହି କାରଣରୁ ମୌନି ଅମବାସ୍ୟା ଏକ ଅଦଭୂତ ଓ ଦୁର୍ଲଭ ସଂଯୋଗରେ ପଡୁଛି। ଜ୍ୟୋତିଷି ଗଣନା ଅନୁସାରେ ଶନିଙ୍କର ମକର ରାଶିରେ ସୂର୍ଯ୍ୟ ଓ ଶୁକ୍ରଙ୍କ ସହ ଜୁତି ହୋଇଛି। ଏହି ତ୍ରିକୋଣୀୟ ସ୍ଥିତି ଖପ୍ପର ଯୋଗର ନିର୍ମିତ ହେଉଛି। ଯେବେବି ଗ୍ରହଙ୍କର ଏପରି ଜୁତି ହୁଏ ଅଲଗା ଅଲଗା ପ୍ରକାରର ଯୋଗ ଓ ସଂଯୋଗ ସୃଷ୍ଟି ହୋଇଥାଏ। ପ୍ରାୟ ୩୦ ବର୍ଷ ପରେ ଶନି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଣୁ ଏହି କାରଣରୁ ଶନି ତାଙ୍କ ମୂଳ ତ୍ରିକୋଣ ରାଶିରେ ଥିବା ବେଳେ ମୌନି ଅମାବାସ୍ୟାର ମହାପର୍ବ ପାଳନ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.