oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଧନତେରସ ଗୋଟିଏ ଦିନରେ ବିକ୍ରି ହୋଇଛି ୩୦ ଟନ ସୁନା, ଗତବର୍ଷ ତୁଳନାରେ ୨୫ପ୍ରତିଶତ ବିକ୍ରି କମ୍

26/10/2019 at 9:16 PM

ମୁମ୍ବାଇ :  ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଧନତେରସରେ ସୁନା ଲାଗି ଲୋକଙ୍କ ମଧ୍ୟରେ ଏତେ ଆକର୍ଷଣ ନଥିଲା। ଏହା ସତ୍ତ୍ୱେ ସାରା ଦେଶରେ ଧନତେରସ ଦିନ ୩୦ଟନ ସୁନା ବିକ୍ରି ହୋଇଛି। ଏହି ଦାବି କରିଛନ୍ତି ଇଣ୍ଡିଆ ବୁଲିୟନ ଏଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜିଏ)। ଭାରତରେ ମୂଲ୍ୟବାନ ଧାତୁ କ୍ରୟବିକ୍ରୟ ଲାଗି ଧନତେରସ ଏକ ଶୁଭ ଦିନ ବୋଲି ମାନ୍ୟତା ରହିଛି। ଏଣୁ ସୁଖସମୃଦ୍ଧିଭରା ଜୀବନ ସାଙ୍ଗକୁ ଆରୋଗ୍ୟ ଲାଗି ଧନତେରସରେ ଲୋକେ ସୁନା ଓ ରୂପା କ୍ରୟ ଲାଗି ମନଖୋଲା ଖର୍ଚ୍ଚ କରିଥାନ୍ତି।

ଚଳିତବର୍ଷ ସର୍ରଫା ବଜାରରେ ସୁନାଦର ବେଶ ଉଚ୍ଚ ଥିଲା। ଏହା ସତ୍ତ୍ୱେ ବଜାରରେ ଭଲ କିଣା ବିକା ହୋଇଥିବା ଆଇବିଜିଏ ଜାତୀୟ ସାଧାରଣ ସମ୍ପାଦକ ସୁରେନ୍ଦ୍ର ମେହେଟା କହିଛନ୍ତି। ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ୨୫ ପ୍ରତିଶତ ବିକ୍ରିହ୍ରାସ ହୋଇଥିବା ମେହେଟା କହିଛନ୍ତି। ତାଙ୍କ କହିବା ଅନୁସାରେ ଗତବର୍ଷମାନଙ୍କରେ ଭାରତରେ ୪୦ଟନରୁ ବି ଅଧିକ ସୁନା ବିକ୍ରି ହେଉଥିଲା। ହଲେ ଚଳିତବର୍ଷ କଥା ଭିନ୍ନ। ବଜାରରେ ତରଳତାରେ ଅଭାବ ଓ ଉଚ୍ଚଦାମ ଯୋଗୁ ୩୦ଟନ ପାଖାପାଖି କାରବାର ହୋଇଥିବା ମେହେଟା କହିଛନ୍ତି।

ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରତି ୧୦ ଗ୍ରାମ ସୁନା ଦର ୭ହଜାର ଟଙ୍କା ଉଚ୍ଚାରହିଛି। ଏଣୁ ଦର ଉଚ୍ଚା ଥିବା ଯୋଗୁ କ୍ରୟ ଉତ୍ସାହଜନକ ହୋଇପାରିନି। ମହଙ୍ଗା ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁ ସର୍ରଫା ବଜାର ମୂଲ୍ୟବୃଦ୍ଧିର ସମ୍ମୁଖୀନହୋଇଛି। ଗୋଟିଏ ପଟେ ଲୋକଙ୍କ ପାଖରେ ନଗଦ ଅଭାବ ଥିବା ବେଳେ ଅନ୍ୟପଟେ ମୂଲ୍ୟବୃଦ୍ଧି ଚଳିତବର୍ଷ ବଜାରକୁ ଖରାପ କରିଛି ବୋଲି ମେହେଟା କହିଛନ୍ତି।

ପ୍ରତିବର୍ଷ ଦେଶକୁ ୮୦୦ ଟନ ସୁନା ଆମଦାନୀ ହୋଇଥାଏ। ଏହା ଛଡା ୩୦୦ ଟନ ସୁନା ରିସାଇକ୍ଲିଂ ହୁଏ। ଏଣୁ ବର୍ଷକୁ ଯଦି ୩୬୦ ଦିନ ମନେ କରାଯାଏ ତେବେ ଦୈନିକ ୩.୬୬ ଟନ ସୁନା କିଣାବିକା ହୋଇଥାଏ। ବର୍ଷର ଖରମାସ ଓ ପିତୃପକ୍ଷରେ ସାଧାରଣତଃ ଲୋକେ ସୁନାରୂପା କ୍ରୟ ବିକ୍ରୟ କରନ୍ତିନି। ଏଣୁ ଏହି ସମୟର କ୍ଷତି ବ୍ୟବସାୟୀମାନେ ଧନତେରସରେ ଭରଣା ହୋଇଥାଏ।

   Related Posts