ଦାରିଙ୍ଗବାଡି ୧୦/୦୮: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ରୋଡ଼ ପରିସର ମଧ୍ୟରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଚୋରି । ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଲିଟୁ ପ୍ରଧାନ ସୂଚନା ଦେଇଛନ୍ତି । ଏବେ ବି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି । ଶୁକ୍ରବାର ଦିନ ବୁଡ଼ାଗୁଡା ଠାରେ ସାପ୍ତାହିକ ହାଟ ହେଉଥିବା ବେଳେ ରାତିରେ ଜୁଆ ଖେଳ ଚାଲିଥିଲା ।
ତେବେ ରାତିରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ଲିଟୁ ପ୍ରଧାନ ଶୁକ୍ରବାର ସନ୍ଧ୍ୟା ୭.୩୦ସମୟରେ ଗ୍ରାହକ ସେବା କେନ୍ଦ୍ରକୁ ବନ୍ଦ କରି ନିଜ ଘର କୁକେରମାହା ଯାଇଥିବା ବେଳେ ସକାଳୁ କିଛି ଲୋକେ ଏହାଦେଖି ଲିଟୁ ପ୍ରଧାନଙ୍କୁ ଫୋନରେ ଜଣାଇଥିଲେ । ଲିଟୁ ଆସି ଦେଖିବା ବେଳେ ଗ୍ରାହକ ସେବା କେନ୍ଦ୍ରରୁ କାନ୍ଥ ଭାଙ୍ଗି କେହି ଦୁର୍ବୃତ୍ତ ଭିତରେ ପଶି ଡ୍ର ଭାଙ୍ଗି ୩୦,୦୦୦ (ତିରିଶି ହଜାର ନଗଦ ଟଙ୍କା ସହିତ କିଛି ଖୁଚୁରା ପଇସା ନେଇଥିବା ଜାଣିବାକୁ ପାଇଥିଲେ ।
ଅନ୍ୟ କିଛି ଲାପଟପ ,କମ୍ପୁଟର ନେବା ପାଇଁ ସକ୍ଷମ ହୋଇନଥିବା ବେଳେ ଖାଲି ଟଙ୍କା ନେଇଥିବା ଜଣାପଡିଛି । ତେବେ ବୁଡ଼ାଗୁଡା ଠାରୁ ବାଲିଗୁଡା ଥାନା ୨୮କିଲୋମିଟର ହୋଇଥିବାରୁ ଥାନାରେ ଯାଇ ଅଭିଯୋଗ ପାଇଁ ଯାଇଥିବା ଜଣାପଡ଼ିଛି । ତେବେ ଏହି ବୁଡ଼ାଗୁଡା ପଞ୍ଚାୟତରେ ଏଭଳି ବାରମ୍ବାର ଚୋରି ହେଉଥିବାରୁ ଏଠାରେ ରହୁଥିବା ବ୍ୟବସାୟ ସୁରକ୍ଷିତ ନଥିବା କହିଛନ୍ତି ଗ୍ରାମବାସୀ ।