oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଅନଲାଇନରେ ୩୦ହଜାରର ଲାପଟପ ମିଳୁଥିଲା ୨ହଜାରରେ : ଅର୍ଡ଼ର କରି କେମିତି କ୍ଷତିରେ ପଡ଼ିଲେ ଯୁବକ,ଜାଣନ୍ତୁ

4/10/2019 at 12:04 PM

ନୂଆଦିଲ୍ଲୀ ୪/୧୦: ଆପଣ କେବେ ଅନଲାଇନ୍ ଶପିଂ କରିଛନ୍ତି କି?ଆପଣ ଫ୍ଲିପକାର୍ଟ ନାଁ ତ ଶୁଣିଥିବେ। ଏବେ ଏଥିରେ ‘ଦ ବିଗ୍ ବିଲିୟନ୍ ଡେଜ’ ସେଲ୍ ଚାଲୁଛି। ଏହା ସେପ୍ଟେମ୍ବର ୨୯ତାରିଖରୁ ଆରମ୍ଭ ହେଲାଣି ଏବଂ ଆଜି ଏହାର ଶେଷ ଦିନ।

ଏବେ ସେଲ୍ ସମୟରେ ଅନେକଗୁଡ଼ିଏ ପ୍ରଡକ୍ଟ ଉପରେ ଅଫର ଚାଲିଛି। ଯେଉଁମାନଙ୍କ ଫୋନରେ ଫ୍ଲିପକାର୍ଟ ଆପ୍ଲିକେସନ ରହିଛି,ତାଙ୍କୁ ଅନେକଗୁଡ଼ିଏ ନୋଟିଫିକେସନ୍ ଆସୁଥିବ। ଏବେ ଏହି ନୋଟିଫିକେସନ ଚକ୍କରରେ ଜଣେ ଯୁବକଙ୍କୁ ୨୦୯୯ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ପ୍ରକୃତରେ ସେ ଏକ ଲାପଟପ୍ ଅର୍ଡ଼ର କରିଥିଲେ। ପେମେଣ୍ଟ ମଧ୍ୟ କରି ଦେଇଥିଲେ। କିନ୍ତୁ ସେ ଯେତେବେଳେ ତାଙ୍କ ଆକାଉଣ୍ଟ ଚେକ୍ କରିଥିଲେ,ତାଙ୍କୁ କୌଣସି ଅର୍ଡ଼ର ଦେଖାଯାଇନଥିଲା। ସାଧାରଣତଃ ଆମେ ଯେଉଁ ଜିନିଷ ଅର୍ଡ଼ର କରିଥାଉ ଆମ ଆକାଉଣ୍ଟରେ ତାହା ଦେଖାଯାଇଥାଏ। କିନ୍ତୁ ଯୁବକଙ୍କ ଆକାଉଣ୍ଟରେ ଏହା ଦେଖାଯାଇନଥିଲା।

ବାସ୍ତବରେ ଯୁବକ ଜଣକ ଭୁଲ୍ ଓ୍ବେବସାଇଟ ଜରିଆରେ ଅର୍ଡ଼ର କରିଥିଲେ। ଫ୍ଲିପକାର୍ଟର ସ୍ପେଲିଙ୍ଗ ହେଉଛି- flipkart। ସେହି ଯୁବକ ଜଣକ ଯେଉଁ ସାଇଟରୁ ଅର୍ଡ଼ର କରିଥିଲେ,ଏହାର ସ୍ପେଲିଙ୍ଗ ଥିଲା- filpkart. ନକଲି ଓ୍ବେବସାଇଟ୍ ଜରିଆରେ ଯୁବକଙ୍କୁ ନୋଟିଫିକେସନ ଆସିଥିଲା ଏବଂ ସେ ଅର୍ଡ଼ର କରି ଦେଇଥିଲେ।

ଏହି ଯୁବକଜଣକ ଗୋରଖପୁରରେ ରୁହନ୍ତି। କିନ୍ତୁ ସେ ଏବେ ଦିଲ୍ଲୀରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରୁଛନ୍ତି।

ତାଙ୍କୁ ଅକ୍ଟୋବର ୨ତାରିଖ ଦିନ ରାତି ୧ଟାରେ ଏକ ନୋଟିଫିକେସନ ଆସିଥିଲା। ଏଥିରେ ବମ୍ପର ଅଫରର ସୂଚନା ଦିଆଯାଇଥିଲା। ଫୋନ୍ ଏବଂ ଲାପଟପରେ ୯୬% ଏବଂ ୯୭% ଯାଏଁ ଛାଡ଼ ମିଳୁଥିଲା। ସେ ଭାବିଥିଲେ ଯେ ଏହି ନୋଟିଫିକେସନ୍ ଫ୍ଲିପକାର୍ଟ ତରଫରୁ ଦିଆଯାଇଛି। ସେଥିପାଇଁ ସେ ଏହି ଅଫରର ଫାଇଦା ଉଠାଇବାକୁ ଚାହିଁଥିଲେ। ସେ ଲାପଟପ୍ ବୁକ୍ କରି ଦେଇଥିଲେ। ଅଫର ପାଇଁ ତାଙ୍କୁ ୨୦୯୯ଟଙ୍କାରେ ଏହା ମିଳୁଥିଲା। ସେ ଅନଲାଇନ୍ ପେମେଣ୍ଟ ମଧ୍ୟ କରି ଦେଇଥିଲେ। ସୁରକ୍ଷିତ ଅର୍ଡ଼ର ପାଇଁ ସ୍କ୍ରିନସର୍ଟ ନେଇଥିଲେ। ଏହା ପରେ ତାଙ୍କ ଫ୍ଲିପକାର୍ଟ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ଏଥିରେ ତାଙ୍କର କୌଣସି ଅର୍ଡ଼ର ନଥିଲା।

ଏହି ନୋଟିଫିକେସନ ଫ୍ଲିପକାର୍ଟ ତରଫରୁ ନୁହେଁ,ବରଂ ଫିଲ୍ପକାର୍ଟ ତରଫରୁ ଆସିଥିଲା। ଏହାର ଅର୍ଥ ଫ୍ଲିପକାର୍ଟ ଭଳି ଦେଖାଯାଉଥିବା ଏକ ନକଲି ଆପ୍ଲିକେସନ ଏବଂ ସାଇଟ୍ କରାଯାଇଥିଲା। ‘ଦ ବିଗ୍ ବିଲିୟନ୍ ଡେଜ’ ସେଲର ପୋଷ୍ଟର ମଧ୍ୟ ଲଗାଯାଇଥିଲା। ଏଥିରେ ୧୭୦ଜାର ଟଙ୍କାର ଫୋନର ଦାମ ଅଫରରେ ୧୯୩୮ଟଙ୍କା ଦିଆଯାଇଥିଲା। ୩୩ହଜାର ଟଙ୍କାର ଲାପଟପର ଦାମ୍ ୨୦୦୦ଟଙ୍କା ରଖାଯାଇଥିଲା। ଅର୍ଥାତ୍ ଏପରି ଅଫର ଦିଆଯାଇଥିଲା ଯେ ଯାହାକୁ ଦେଖିଲେ ଆପଣଙ୍କୁ ସନ୍ସେ ହେବ ଏହା ସତ କି ନୁହେଁ। କିଛି ଲୋକ ଏହି ଝାମେଲାରେ ଫସି ଯାଇଥିଲେ। ସେହିପରି ଏହି ଯୁବକ ମଧ୍ୟ ଏହି ସମସ୍ୟା ଭୋଗିଥିଲେ। ୨୦୯୯ଟଙ୍କାର ଲାପଟପ୍ ଅର୍ଡ଼ର କରି କ୍ଷତି ସହିଥିଲେ।

ଅନେକ ଥର ଭଲ ଅଫର ପାଇଁ ଆମକୁ କମ୍ ମୂଲ୍ୟରେ ଭଲ ଜିନିଷ ମିଳିଯାଇଥାଏ। କିନ୍ତୁ କୌଣସି ଅନଲାଇନ୍ ଶପିଙ୍ଗ ସାଇଟ୍ କୌଣସି ପ୍ରଡକ୍ଟର ଦାମ୍ ୯୫%ରୁ କମ୍ କେବେ କରିନଥାଏ। ଏକଦମ୍ ବ୍ରାଣ୍ଡ ନୂଆ ୩୦,୦୦୦ଟଙ୍କାର ଲାପଟପ୍ ଆପଣଙ୍କୁ ଯଦି ୨୦୦୦ଟଙ୍କାରେ ମିଳୁଛି ତେବେ ଏହା ବାସ୍ତବରେ ଚିନ୍ତା କରିବାର ବିଷୟ। ଓ୍ବେବସାଇଟର ନାଁ ଠିକ୍ କି ନୁହେଁ ନିଶ୍ଚୟ ଚେକ୍ କରନ୍ତୁ। ଜମା ତରତର ହୋଇ ପେମେଣ୍ଟ କରନ୍ତୁ ନାହିଁ। ଟର୍ମସ ଆଣ୍ଡ କଣ୍ଡିସନକୁ ଠିକଭାବେ ପଢ଼ନ୍ତୁ। ନଚେତ୍ ଆପଣ ଠକେଇର ଶିକାର ହୋଇପାରନ୍ତି।

   Related Posts