ଗଙ୍ଗା ଏବଂ ଏହାର ସହାୟକ ନଦୀର ସ୍ୱଚ୍ଛତା ପାଇଁ ୩୦ ହଜାର କୋଟି ମଞ୍ଜୁର: ଜଳଶକ୍ତି ମନ୍ତ୍ରୀ

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ: ଗଙ୍ଗା ଏବଂ ଏହାର ସହାୟକ ନଦୀ ଗୁଡିକୁ ନିର୍ମଳ କରିବା ପାଇଁ ୩୦ ହଜାର କୋଟି ଟଙ୍କାରୁ ଅଧିକ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆର୍ଥିକ ବିକାଶ ଆମ ଜଳ ଏବଂ ଉର୍ଜା ସମ୍ୱଳରୁ ଆରମ୍ଭ ହୋଇଥାଏ। ସେ କହିଛନ୍ତି, ଆମ ପ୍ରାକୃତିକ ସମ୍ୱଳ ଏବଂ ଆର୍ଥିକ ବିକାଶର ଆବଶ୍ୟକତାର ଗ୍ରାଫ ସମାନ ରହିଛି । ଭାରତ ଜନସଂଖ୍ୟା ଏବଂ ଭୌଗଳିକ ସ୍ଥିତିର ବ୍ୟପକତା, ସୀମିତ ଜଳ ଉତ୍ସଗୁଡ଼ିକ ଏବଂ ପରିବେଶର ଆହ୍ୱାନକୁ ନଜରରେ ରଖି ଜଳ ଏବଂ ଅନ୍ୟ ଉତ୍ସର ସଠିକ ବିନିୟୋଗକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

ମନ୍ତ୍ରୀ କହିଛନ୍ତି, ଗଙ୍ଗା ଏବଂ ଏହାର ସହାୟକ ନଦୀକୁ ସ୍ୱସ୍ଥ୍ୟ କରିବା ପାଇଁ ଅନେକ ଭିତ୍ତିଭୂମି ସୃଷ୍ଟି କରାଯାଇଛି । ନମାମି ଗଙ୍ଗା କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିବର୍ତ୍ତିତ ହେବା କଥା ଉଲ୍ଲେଖ କରି ଏହା ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ ଅର୍ଥ ଗଙ୍ଗା ଅଧିନରେ ନୂତନ ପଦକ୍ଷେପ ସ୍ୱରୁପ 'ଜଳଜ'କୁ ୨୬ ସ୍ଥାନରେ ଆରମ୍ଭ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.