ବିଧାନସଭାରେ କରୋନା ଚର୍ଚ୍ଚା: ୩୦ ପ୍ରତିଶତ ବିଧାୟକ ଉପସ୍ଥିିତ ରହିବା ପାଇଁ ନିର୍ଦ୍ଦେଶ ଦେଲେ ବାଚସ୍ପତି

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର୨୭/୩: ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କିଛି ବ୍ୟକ୍ତି ବିଧାନସଭା ଯାଇଥିବା ଚର୍ଚ୍ଚା ହେବା ପରେ ଏବେ ବିଧାନସଭାରେ ଚିନ୍ତା।  ଚିନ୍ତା ଏବେ ବିଧାନସଭାର ବଜେଟ ପାସ୍‌କୁ ନେଇ। ତେଣୁ ବଜେଟ ପାସ୍‌ ପାଇଁ ହେବାକୁ ଥିବା ଦିନିକିଆ ଅଧିବେସନ ଲୋକସେବା ଭବନର କନଭେନସନ ହଲ୍‌ରେ କରାଯିବ।

{"id":244958,"sizeSlug":"large"}

କରୋନା ପାଇଁ ଫାଙ୍କା ହେଲା ବିଧାନସଭା। ବିଶୋଧନ ହେବ ପୂରା ବିଧାନସଭା । ୩୦ ତାରିଖରେ ଲୋକସଭା ଭବନର କନଭେନସ ହଲ୍‌ରେ ବସିବ  ଦିନିକିଆ ବଜେଟ ଅଧିବେଶନ। ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି। ଗତକାଲି ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି । ଏହା ଜଣାପଡିବା ପରେ  ବାଚସ୍ପତି ଏପରି ପଦକ୍ଷେପ ନେଇଛନ୍ତି । ବିଧାନସଭାକୁ ସବୁ ଦଳର ୩୦ ପ୍ରତିଶତ ବିଧାୟକ ଆସିବା ପାଇଁ ନିର୍ଦେଶ ଦେଇଛନ୍ତି ବାଚସ୍ପତି । ଏପରିକି ବିଧାନସଭାର ସମସ୍ତ କର୍ମଚରୀଙ୍କୁ ସଙ୍ଗରୋଧରେ ଯିବାକୁ ନିର୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବାଚସ୍ପତି।

ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସ୍ବାଗତ କରିଛନ୍ତି । ରାଜ୍ୟର ବଜେଟ ପାରିତ ହେବା  ନିତ୍ୟାନ୍ତ ଆବଶ୍ୟକ । ନଚେତ୍ କର୍ମଚାରୀ ଦରମା ପାଇପାରିବେ ନାହିଁ କି କରୋନା ମୁକାବିଲା ପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ ହୋଇପାରିବ। ତେଣୁ  ଲୋକସେବା ଭବନରେ  ବସିବାକୁ ଥିବା ବିଧାନସଭା ଅଧିବେଶନରେ ବାଚସ୍ପତି କେତେ ଜଣ ବିଧାୟକ ଯିବାକୁ କହିବେ ସେତିକି ବିଧାୟକ ଭାଗ  ନେବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

{"id":244959,"sizeSlug":"large"}

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏହି ଦିନିକିଆ ଅଧିବେଶନରେ କେବଳ ବ୍ୟୟମଞ୍ଜୁର ବିଲ ପାରିତ କରାଯାଉ। ବିଧାନସଭା କର୍ମଚାରୀଙ୍କ ରକ୍ତ ନମୁନା ରିପୋର୍ଟ ଆସିବାପରେ ବିଧାସଭାର ସମସ୍ତ କର୍ମଚାରୀଙ୍କ ରକ୍ତ ନମୁନା ପରୀକ୍ଷା କରାଯିବ। କରୋନା ନେଇ ବିଧାନସଭା କର୍ମଚାରୀଙ୍କ ଭିତରେ ଭୟର ବତାବରଣ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.