୨୭ ତାରିଖ ଭାରତ ବନ୍ଦରେ ସାମିଲ ହେବେ କଳାହାଣ୍ଡି ଜିଲ୍ଲାର ପ୍ରାୟ ୩୦ ସଂଗଠନ

Published By : Prameya-News7 Bureau | September 20, 2021 IST

କଳାହାଣ୍ଡି ୨୦।୯: ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦ । କଳାହାଣ୍ଡି ଜିଲ୍ଲାର ନିର୍ମାଣ ଶ୍ରମିକ ସଂଗଠନର ସମର୍ଥନ ଆହ୍ବାନରେ ପ୍ରାୟ ୩୦ ଗୋଟି ସଂଗଠନ ଏଥିରେ ସାମିଲ ନେଇ ସୂଚନା ମିଳିଛି । ଭବାନୀପାଟଣାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛନ୍ତି ।

ବିଶେଷ କରି କେନ୍ଦ୍ରର ତିନି କୃଷି ଆଇନ ରଦ୍ଦ ସହ ଶସ୍ୟର ଏମଏସପି ଆଇନ ଲାଗୁ ପାଇଁ ଦାବିକୁ ସମର୍ଥନ କରାଯାଇଛି । ସେହିପରି ଜିଲ୍ଲାରେ ୧୨ଘଣ୍ଟା ଚକ, ଅଖ, ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଜନସାଧାରଣ ସହଯୋଗ ପାଇଁ ଆହ୍ବାନ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.