ଆମେରିକା ସମେତ ୩୦ ନାଟୋ ଦେଶ ଅଧା ନୂଆଇଁଲେ ପତାକା: କାବୁଲ ହମଲାରେ ପ୍ରାଣ ହରାଇଥିବା ସେନାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | August 27, 2021 IST

ନୂଆଦିଲ୍ଲୀ ୨୭/୦୮ : କାବୁଲ ବିମାନବନ୍ଦରରେ ହମଲାରେ ପ୍ରାଣ ହରାଇଥିବା ଆମେରିକୀୟ ସେନାଙ୍କ ସମ୍ମାନରେ ୩୦ ନାଟୋ ଦେଶ ନିଜ ନିଜର ପତାକା ଅଧା ନୂଆଇଁଛନ୍ତି। ନାଟୋ ପ୍ରମୁଖ ଷ୍ଟୋଲଟେନ୍ବର୍ଗ ଏହି ହମଲାକୁ ନିନ୍ଦା କରିଛନ୍ତି। ନାଟୋ ମୁଖ୍ୟାଳୟରୁ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଅନେକ ଦେଶ ନିଜ ନିଜର ଜାତୀୟ ପତାକା ଅଧା ନୂଆଇଁଥିବା ନଜର ଆସିଛି। ନାଟୋ ମହାସଚିବ ଷ୍ଟୋଲଟେନ୍ବର୍ଗ କାବୁଲ ଏୟାରପୋର୍ଟରେ ହୋଇଥିବା ହମଲାକୁ ନେଇ କହିଛନ୍ତି ସମସ୍ତ ପୀଡିତଙ୍କ ପ୍ରତି ସମବେଦନା ରହିଛି।

ଆଫଗାନିସ୍ତାନ ବିମାନବନ୍ଦର ବାହାରେରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣରେ ୧୩ ଆମେରିକୀୟ ସେନା ସମେତ ୯୦ ରୁ ଅଧିକ ନାଗରିକ ପ୍ରାଣ ହରାଇଛନ୍ତି। ଆଇଏସଆଇଏସ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିଛି।

ନାଟୋ ୩୦ ଦେଶର ସେନାର ସଂଗଠନ। ଏଥିରେ ଗୋଟିଏ ଦେଶର ସେନାକୁ ଅନ୍ୟ ଦେଶକୁ ପଠାଯାଇଥାଏ ଓ ତାଙ୍କୁ ଅନ୍ତରାଷ୍ଟ୍ରୀୟ ପ୍ରଶିକ୍ଷଣ ଦିଆଯାଇଥାଏ। ୧୯୪୯ ଏପ୍ରିଲ ୪ରେ ନାଟୋ ସ୍ଥାପନା ହୋଇଥିଲା। ଏହାକୁ ଉତ୍ତର ଆଟ୍ଲାଣ୍ଟିକ ଏଲଏନ୍ସ ନାଁରେ ମଧ୍ୟ ଜଣାଶୁଣା। ଏହି ସଂଗଠନରେ ଆମେରିକା ଛଡା, ଫ୍ରାନ୍ସ, ବେଲଜିୟମ, ବ୍ରିଟେନ, ନେଦରଲ୍ୟାଣ୍ଡ, କାନାଡ଼ା, ଡେନମାର୍କ, ଇଟାଲୀ, ନରୱେ, ପର୍ତ୍ତୁଗାଲ ସମେତ ଅନ୍ୟ ଦେଶ ମଧ୍ୟ ସାମିଲ ଅଛି। ଆମେରିକା ଓ ନାଟୋ ଦେଶର ସେନା ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନରେ ନିୟୋଜିତ ଥିଲେ।

wp:embed {"url":"https://twitter.com/ANI/status/1431231828208197638","type":"rich","providerNameSlug":"twitter","responsive":true}
https://twitter.com/ANI/status/1431231828208197638
/wp:embed

ଆମେରିକାର ଗୁପ୍ତଚର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଆଶଙ୍କା କରି କହିଥିଲା ଯେ ଆଇଏସ୍ଆଇଏସ ଆତଙ୍କବାଦୀ ଆମେରିକୀୟଙ୍କୁ ଟାର୍ଗେଟ କରିପାରନ୍ତି। ଏହା ପରେ ଗୁରୁବାର ଦିନ କାବୁଲର ବିମାନବନ୍ଦରରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ବହୁ କ୍ଷୟକ୍ଷତି ହୋଇଛି। ଅନେକ ଦେଶ ମଧ୍ୟ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ ସମଗ୍ର ଦେଶ ଆମେରିକୀୟ ସେନାଙ୍କ ମୃତ୍ୟୁକୁ ଭୁଲି ପାରିବ ନାହିଁ। ସେ ଆତଙ୍କବାଦୀଙ୍କୁ ଚେତାବନୀ ଦେଇ ସେ କହିଛନ୍ତି ଯେ ଏହାର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। କାବୁଲରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇ ଭାରତ ମଧ୍ୟ ଏହି ଆକ୍ରମଣକୁ ତୀବ୍ର ସମାଲୋଚନା କରିଛି। ଭାରତ କହିଛି ଯେ କାବୁଲ ଆକ୍ରମଣ ବିଶ୍ୱକୁ ଆତଙ୍କବାଦ ବିରୋଧରେ ତଥା ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକଜୁଟ ହେବା ଆବଶ୍ୟକତାକୁ ଆହୁରି ଦୃଢ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.