ବସ୍‌କୁ ଧକ୍କା ଦେଲା ଟ୍ରେନ୍ : ୩୦ ମୃତ, ୬୦ରୁ ଅଧିକ ଆହତ

Published By : Prameya-News7 Bureau | February 29, 2020 IST

ଲାହୋର ।୨: ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା । ରେଲୱେ କ୍ରସିଂରେ ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରେନ୍ । ଏଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । କାରଣ ଅନେକ ଆହତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଅଛି ।

ସୂଚନାଯୋଗ୍ୟ ଯେ, ସୁକ୍କୁର ଜିଲ୍ଲାର ରୋହରୀ ଅଞ୍ଚଳରେ ଏକ ଜଗୁଆଳୀବିହୀନ ରେଲୱେ କ୍ରସିଂ ଅତିକ୍ରମ କରିବା ବେଳେ ଦୁର୍ଘଟଣା ଘଟିଛି । କରାଚୀରୁ ସରଗୋଧା ଅଭିମୁଖେ ଯାଉଥିବା ବସ୍ ଜଗୁଆଳୀବିହୀନ ରେଲୱେ ଫାଟକକୁ ଅତିକ୍ରମ କରିବା ବେଳେ ପାକିସ୍ତାନ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯାତ୍ରୀବାହୀ ବସଟି ୩ ଖଣ୍ଡ ହୋଇଯାଇଛି । ବସକୁ ଟ୍ରେନ୍ ଟି ପାଖାପାଖି ୧୫୦ ରୁ ୨୦୦ ଫୁଟ ଘୋଷାଡି ନେଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.