WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲମତାପୁଟ ଓ ମାଛକୁଣ୍ଡ ପୋଲିସକୁ ସଫଳତା, ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

21/09/2023 at 8:07 AM

ଲମତାପୁଟ ୨୧।୦୯ : ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସକୁ ପୁଣି ସଫଳତା । ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହିତ ଏକ କାର୍‌, କମାଣ୍ଡର ଜିପ୍‌ ଜବତ ହେବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଲମତାପୁଟ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲେ କି ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଶଗର ଗାଁ ନିକଟରେ ମାଫିଆଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ପୋଲିସ ଗାଡିକୁ ମୁହାଁମୁହିଁ ଧକ୍କା ଦେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ ମାଫିଆ । ହେଲେ ଏସ୍‌ୟୁଭି ଗାଡିଟି ରାସ୍ତାକୁ ଖସିପଡିଥିବା ବେଳେ ମାଡିବସିଥିଲା ପୋଲିସ । ଫଳରେ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ ।

ତେବେ ପୋଲିସ ଗାଡିକୁ ଯାଞ୍ଚ କରିବାକୁ ଏକ କ୍ୱିଇଣ୍ଟାଲରୁ ଅଧିକ ଗଞ୍ଜେଇ ବାହାରିଥିଲା । ଦୁର୍ଘଟଣାରେ ପୋଲିସ ଗାଡି ଆଗଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଜବତ ଗଞ୍ଜେଇକୁ ଆନ୍ଧ୍ରରୁ ଉମରକୋଟରୁ ଚୋରା ଚାଲାଣ କରୁଥିଲେ ଶିମିଳିଗୁଡ଼ାର ତାପସ, ଦେବାଶିଷ ବିଶ୍ୱାଳ ଏବଂ ଜୟପୁରର ଅଭିଶେକ ରାଜ୍‌ ଚେଟି ବୋଲି ଜଣାପଡିଛି ।

ସେପଟେ ମାଛକୁଣ୍ଡ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ହନୁମାଲ ଗାଁ ନିକଟରୁ ଏକ କମାଣ୍ଡର ଜିପ୍‌କୁ ଅଟକାଇ ଯାଞ୍ଚ କରିଥିଲା । ଏଥିରୁ ପ୍ରାୟ ୧୯୦ କେଜିର ଗଞ୍ଜେଇ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲା ଦେଇ ଛତିଶଗଡ଼ ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଜଣଙ୍କ ବଡଡୁରାଲ ଗାଁର ମଧୁ ଖରା ବୋଲି ଜଣାପଡିଛି । ଗୁରୁବାର ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

   Related Posts