Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସେନା ଶିବିରରେ କରୋନା ବିସ୍ଫୋରଣ ! ଟିକାର ଦୁଇ ଡୋଜ୍‌ ନେବା ପରେ ବି ୩୦ ଯବାନ ସଂକ୍ରମିତ

24/09/2021 at 6:39 PM

ଇନ୍ଦୋର ୨୪/୦୯: ସେନା ଶିବିରରେ କରୋନା ବିସ୍ଫୋରଣ। ଇନ୍ଦୋର ସ୍ଥିତ ଆର୍ମି ଓ୍ବାର କଲେଜ, ମହୁରେ ୩୦ ଜଣ ସେନା ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେମାନଙ୍କ କରୋନା ପରୀକ୍ଷା ହୋଇଥିଲା।  ୧୬ ଜୁନ୍‌ ପରେ ପ୍ରଥମ ଥର ଇନ୍ଦୋରରେ ଗୋଟିଏ ଦିନରେ ୩୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍ଦୋର ସିଏମଏଚଓ ବିଏସ୍‌ ସୋତିଆ ସୂଚନା ଦେଇଛନ୍ତି।

ସୋତିଆଙ୍କ ଅନୁସାରେ, ୨୪ ଟ୍ରେନି ଏବଂ ୬ ଡାଇରେକ୍ଟିଂ ଅଫିସର କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ ସମସ୍ତେ ଭିନ୍ନ ଭିନ୍ନ ରାଜ୍ୟରେ ଟ୍ରେନିଂ ନେଇ ଫେରିଥିଲେ। ସେମାନଙ୍କ ଶରୀରରେ ଲକ୍ଷଣ ପ୍ରକାଶ ପାଇନାହିଁ । କିନ୍ତୁ ସେମାନେ ସମସ୍ତେ କରୋନା ଟିକାର ଦୁଇ ଡୋଜ୍‌ ନେଇସାରିଛନ୍ତି। ୩୦ ଅଧିକାରୀଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରଯାଇଛି। 

ଶୁକ୍ରବାର ମୋଟ ୫୩ ସଂକ୍ରମିତଙ୍କ ସହ ଇନ୍ଦୋର ମଧ୍ୟପ୍ରଦେଶର ସବୁଠୁ ଅଧିକ ସଂକ୍ରମଣ ଥିବା ସହର ଭାବେ ଚିହ୍ନଟ ହୋଇଛି। ଏବେ ମଧ୍ୟପ୍ରଦେଶରରେ କରୋନା ସଂକ୍ରମଣ ହାର ୦.୦୫ ପ୍ରତିଶତ ରହିଛି।  ସେପଟେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଅନୁସାରେ, ମଧ୍ୟପ୍ରଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମହୁରେ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଏଥି​ରେ ଚିନ୍ତା କରିବାର ନାହିଁ। ସେମାନଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି। ସେମାନେ ଟିକା ନେଇଛନ୍ତି ଏବଂ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ନରୋତ୍ତମ ମିଶ୍ର କହିଛନ୍ତି ।

   Related Posts