ଜବତ ହେଲା ଧଳାଜହର, ୩ ଗିରଫ ସହ ଗୋଟିଏ କାର୍ ଜବତ

Published By : Prameya-News7 Bureau | January 26, 2020 IST

ଜଳେଶ୍ବର ୨୬।୦୧: ବାଲେଶ୍ଵର ଜିଲା ଜଳେଶ୍ଵର ଥାନା ଅଧିନସ୍ଥ ଶେଖସରାଇ ଅଞ୍ଚଳ ରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ପୋଲିସ ଚଢାଉରେ ୩୦ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ସହ ତିନିଜଣକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ ଜଳେଶ୍ଵର ଏସଡିପିଓଙ୍କ ନିର୍ଦ୍ଦେଶରେ ଜଳେଶ୍ବର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ଶନିବାର ରାତିରେ ଶେଖସରାଇ ଅଞ୍ଚଳରେ ଚଢାଉ କରିଛି । ଜଳେଶ୍ଵର ସେଖବାଡ ଅଞ୍ଚଳର ସେକ ଜମିର  , ରାମଚନ୍ଦ୍ର ବେହେରା (୪୦) ଏବଂ ଡେଲାଙ୍ଗ ଥାନା ଗୋବିନ୍ଦପୁର ଗାଁର ଦୁର୍ଯ୍ୟୋଧନ ନାୟକ (୩୫)କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ସହ ଏକ ଇଣ୍ଡିଗୋ କାରକୁ ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.