ବେପାର ବେଳେ ଅଚାନକ ଚଢ଼ାଉ କଲା ଅବକାରୀ ସ୍କ୍ୱାଡ୍, ବ୍ରାଉନ ସୁଗାର ବେପାରୀ ଗିରଫ
16/08/2022 at 4:59 PM

ଢେଙ୍କାନାଳ, ୧୬/୦୮: ଢେଙ୍କାନାଳ ସଦର ଥାନା ଅଂଚଳରେ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ କାବୁ କରିଛି ବିଭାଗ । କାବୁ ହୋଇଥିବା ବ୍ରାଉନ ସୁଗାର ବେପାରୀ ବଳଦିଆବନ୍ଧ ଗ୍ରାମର ବିଷ୍ଣୁ ଚରଣ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଠାରୁ ଅବକାରୀ ସ୍କ୍ୱାର୍ଡ ୩୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଅଂଚଳରେ ବ୍ରାଉନ ସୁଗାର କାରବାର ବଢି ଚାଲିଥିବା ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ଏହି ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ଚଢ଼ାଉ କରିଥିଲା ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023