ବଜ୍ରପାତ ନେଲା ୩୦ ଗୋରୁଙ୍କ ଜୀବନ, ୨ ଚରାଳି ଗୁରୁତର

Published By : Prameya-News7 Bureau | October 03, 2021 IST

ମୋହନା, ୦୩/୧୦: ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଲକ୍ଷ୍ମୀପୁର ଗାଁ ନିକଟରେ ବଜ୍ରପାତ ଯୋଗୁଁ ୩୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଛି । ଏଥିସହ ୨ ଜଣ ଗୋରୁ ଚରାଳି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ  ସେମାନେ ସୁସ୍ଥ ହୋଇଥିବା ଜଣା ପଡ଼ିଛି ।

ଖବର ପାଇ ଆର.ଉଦୟଗିରି ବିଡ଼ିଓ, ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଘଟଣାରୁ ଜଣାପଡିଛି ଯେ ଆଜି ଅପରାହ୍ନ ପ୍ରାୟ ସାଢ଼େ ବାରଟା ବେଳେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା । ଏହି ସମୟରେ ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଗଛ ମୂଳେ ଗୋରୁ ପଲ ଆଶ୍ରୟ ନେଇଥିଲେ । ସେହି ସମୟରେ ବଜ୍ରପାତ ହେବା ଫଳରେ ଏପରି ଘଟଣା ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.