ସାତକୋଶିଆ ପାଇଁ ଖୁସିଖବର, ଅଣ୍ଡା ଫୁଟି ଜନ୍ମନେଲେ ୩୦ ଘଡ଼ିଆଳ କୁମ୍ଭୀର ଛୁଆ

Published By : Prameya-News7 Bureau | May 11, 2022 IST

ଅନଗୁଳ, ୧୧/୦୫: ସାତକୋଶିଆ ପାଇଁ ଖୁସି ଖବର । ସାତକୋଶିଆ ମହାନଦୀ ଗଣ୍ଡର ବଳଦମରା ଠାରେ ଅଣ୍ଡା ଫୁଟି ୩୦ଟି ଘଡ଼ିଆଳ କୁମ୍ଭୀର ଛୁଆ ବାହାରିଥିବା ଜଣାପଡ଼ିଛି । ଏଥିପାଇଁ ବନ ବିଭାଗ ସେହି ଅଞ୍ଚଳକୁ ସ୍ଥାନୀୟ ଲୋକଙ୍କୁ ଯିବା ପାଇଁ ବାରଣ କରିବା ସହିତ ଛୁଆମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଦୀର୍ଘଦିନ ପରେ ଏତେ ସଂଖ୍ୟକ କୁମ୍ଭୀର ଛୁଆଙ୍କ ଜନ୍ମ ସାତକୋଶିଆର ଜୈବ ବିବିଧତା ଅନୁକୂଳ ବୋଲି ପରିବେଶବିତମାନେ ଆକଳନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.