୭୦ ବର୍ଷ ପରେ ମକର ସଂକ୍ରାନ୍ତିରେ ମହାସଂଯୋଗ : ଏହି ୩ ରାଶିଙ୍କ ପାଇଁ ହେବ ଅତ୍ୟନ୍ତ ଶୁଭ

Published By : Prameya-News7 Bureau | January 11, 2019 IST

ଭୁବନେଶ୍ୱର ୧୧/୧ : ଦୁଇ ଦିନ ମକର ସଂକ୍ରାନ୍ତି | ଜାନୁଆରୀ ୧୪ ତାରିଖରେ ସକାଳ ୭ଟା ୫୨ ମିନିଟରୁ ଦିନ ୧.୫୮ ପର୍ଯ୍ୟନ୍ତ ରହିବ ସଂକ୍ରାନ୍ତି ତିଥି | ତେବେ ୧୫ ତାରିଖ ସକାଳ ୧୧ଟା ୫୨ ମିନିଟ ପର୍ଯ୍ୟନ୍ତ ପାଳନ କରାଯିବ | ମକର ସଂକ୍ରାନ୍ତି ଦିନ ମହାଯୋଗ ରହିଛି | ଏହାର ପ୍ରଭାବରେ କେତେକ ରାଶିର ଭାଗ୍ୟ ଚମକିବ | ଶୁକ୍ରଙ୍କ ପ୍ରଭାବରୁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରେମ, ଧନ, ସମ୍ପତ୍ତି ଏବଂ ମାନ ସମ୍ମାନ ପ୍ରାପ୍ତି ହେବ | ୭୦ ବର୍ଷ ପରେ ଏହି ମହାଯୋଗ ସମ୍ଭବ ହୋଇଛି |

{"id":72812}

ଯେଉଁ ୩ଟି ରାଶିରେ ମହାସଂଯୋଗ ରହିଛି ସେହି ରାଶିଗୁଡିକ ହେଲେ କନ୍ୟା , ସିଂହ  ଏବଂ ବିଛା  | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମକର ସଂକ୍ରାନ୍ତି ଦିନ ବହୁତ ଖାସ ରହିବ | ଏମାନଙ୍କୁ ଜୀବନସାଥି ମଧ୍ୟ ମିଳିବାର ସମ୍ଭାବନା ରହିଛି | ଅଚାନକ ଧନ ସମ୍ପତ୍ତି ପ୍ରାପ୍ତି ହେବାର ମଧ୍ୟ ଯୋଗ ରହିଛି | ମକର ସଂକ୍ରାନ୍ତି ମହାଯୋଗର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିବ | ସହଯୋଗୀଙ୍କ ଠାରୁ ଶୁଭ ଖବର ମିଳିବାର ମଧ୍ୟ ସମ୍ଭାବନା ରହିଛି |

{"id":72813,"width":591,"height":331}

ସମାଜରେ ମାନ ସମ୍ମାନ ବଢିବ | ଆପଣଙ୍କ କାର୍ଯ୍ୟକଳାପକୁ ନେଇ ଯେଉଁମାନେ ଖରାପ ମନ୍ତବ୍ୟ  ଦେଉଥିଲେ ସେମାନେ ଆପଣଙ୍କ ପ୍ରଶଂସା କରିବେ | ଯେଉଁମାନେ ବିବାହିତା କିମ୍ବା ଯେଉଁମାନଙ୍କ ସନ୍ତାନ ଅଛନ୍ତି ତାଙ୍କ ପାଇଁ ମଧ୍ୟ ଏହି ସମୟ ଅତ୍ୟନ୍ତ ଭଲ ରହିବ | ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ମଧ୍ୟ ପାଇବେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.