ଚଣ୍ଡିଗଡ ସେକ୍ଟର-୩୨ ଗେଷ୍ଟ ହାଉସ୍ରେ ଅଗ୍ନିକାଣ୍ଡ, ଜଳିଗଲେ ୩ ଯୁବତୀ
22/02/2020 at 7:18 PM

ଚଣ୍ଡିଗଡ ୨୨।୨: ଚଣ୍ଡିଗଡ ସେକ୍ଟର ୩୨ସ୍ଥିତ ଏକ ଗେଷ୍ଟ ହାଉସ୍ରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆଁରେ ପୋଡିହୋଇ ୩ ଜଣ ଯୁବତୀ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଯୁବତୀମାନେ ଗେଷ୍ଟ ହାଉସ୍ର ପ୍ରଥମ ମହଲାରେ ପେଇଂ ଗେଷ୍ଟ ଭାବେ ରହୁଥିଲେ। ମୃତକମାନଙ୍କ ବୟସ ୧୯ରୁ ୨୨ ବର୍ଷ ମଧ୍ୟରେ ଥିଲା ବୋଲି ଚଣ୍ଡିଗଡ ପୋଲିସ ଅଧିକ୍ଷକ ବିନିତ କୁମାର କହିଛନ୍ତି।
ଗେଷ୍ଟ ହାଉସରେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ନିଆଁ ଭିଷଣ ରୂପ ଧାରଣ କରିଥିବାରୁ ଘଟଣା ସ୍ଥଳକୁ ୪ଟି ଦମକଳ ପଠାଯାଇଛି। ଦମକଳ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ନିଆଁ ଆୟତ୍ତ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ଜଣାପଡିବ ବୋଲି ଏସପି କହିଛନ୍ତି।
Related Posts
ମୁମ୍ବାଇରେ ବସ୍କୁ ପିଟିଲା କାର୍, ଭୟଙ୍କର ଦୁର୍ଘଟଣାରେ ୪ମୃତ
31 January 2023