ମାତ୍ର ୩ବର୍ଷ ୮ମାସର ଶିଶୁ କରୁଛି ସଂସ୍କୃତ ଶ୍ଲୋକ ଆବୃତ୍ତି, ପୁରା ମୁଖସ୍ତ କଠିନ ସାଧାରଣ ଜ୍ଞାନ

Published By : Prameya-News7 Bureau | February 20, 2020 IST

ବାଲିପାଟଣା ୨୦।୨: ବୟସ ମାତ୍ର ୩ ବର୍ଷ ୮ ମାସ । କିନ୍ତୁ ଅନନ୍ୟ ପ୍ରତିଭାର ଅଧିକାରୀ । ଠିକରେ ପାଟି ଖୋଲୁନି । କିନ୍ତୁ ସାଧାରଣ ଜ୍ଞାନ ଏବଂ ଶ୍ଲୋକ ଗାଇବା ବେଳେ ପାଟିରେ ବାଟୁଳି ବାଜୁନି । ସେ ହେଉଛନ୍ତି ବାଲିପାଟଣାର କୁନି ପ୍ରତିଭା ସାଇନା ଦାସ ।

{"id":226687,"sizeSlug":"large"}

କୁନି ପିଲା ବଡ ପ୍ରତିଭା । ସାଇନା ଦାସ । ବୟସ ମାତ୍ର ୩ ବର୍ଷ ୮ ମାସ । ଠିକରେ କଥା କହି ଶିଖିନି । କିନ୍ତୁ ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର ଦେବା ବେଳେ ପାଟିରେ ବାଟୁଳି ବାଜୁନି । ଖାଲି ସାଧାରଣଜ୍ଞାନ ନୁହେଁ ବିଭିନ୍ନ ପ୍ରକାର ଶ୍ଲୋକ ମଧ୍ୟ ଅନର୍ଗଳ ଭାବେ ଗାଇପାରୁଛନ୍ତି ।

{"id":226688,"sizeSlug":"large"}

ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର କେବେ ନିର୍ମାଣ ହୋଇଥିଲା, କିଏ ନିର୍ମାଣ କରିଥିଲେ । ଜାତୀୟ ପଶୁ ପକ୍ଷୀ, ଆମ ଦେଶର କେତୋଟି ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ରହିଛି ଏମିତି ୨ଶହରୁ ଅଧିକ ପ୍ରଶ୍ନର ଉତ୍ତର ଚଟାପଟ୍ ଦେଉଛନ୍ତି ସାଇନା ।

{"id":226691,"sizeSlug":"large"}

ସାଇନାଙ୍କ ଏହି ପ୍ରତିଭା ପଛରେ ରହିଛି ତାଙ୍କ ମା’ଙ୍କ ପ୍ରେରଣା ଓ ପରିଶ୍ରମ । ମାସେ ତଳେ ଝିଅକୁ କିଛି ସାଧାରଣଜ୍ଞାନ ପଚାରିଥିଲେ ମା’ । ସେତେବେଳେ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା । ବାସ ତାପରଠୁ ଆଗ୍ରହର ସହ ସାଇନାଙ୍କ ପଛରେ ଲାଗି, ଏପର୍ଯ୍ୟନ୍ତ ପହଞ୍ଚିଛନ୍ତି । ସାଇନା ଆଗକୁ ଆହୁରି ସଫଳତା ପାଆନ୍ତୁ, ଏହା ହିଁ ଆମର କାମନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.