krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୪୦ ଫୁଟ ଗଭୀର ବୋର୍‌ୱେଲ୍‌ରୁ ଉଦ୍ଧାର ହେଲା ୩ ବର୍ଷର ଶିବମ

23/07/2023 at 6:07 PM

ପାଟନା: ବିହାର ନାଳନ୍ଦାର କୁଲ ଗାଁରେ ୪୦ ଫୁଟ ଗଭୀର ବୋର୍‌ୱେଲ୍‌ରେ ଖସିପଡ଼ିଥିବା ୩ ବର୍ଷର ଶିଶୁ ଶିବମ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍ ଟିମ୍ ଶିବମକୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଛି। ଶିଶୁ ଉଦ୍ଧାର କରିବା ପରେ ଏନ୍‌ଡିଆର୍‌ଏଫ୍ ଟିମ୍ ଆମ୍ବୁଲାନ୍ସ ଯୋଗେ ପିଲାକୁ ଡାକ୍ତରଖାନା ନେଇଥିବା ଏଏନ୍‌ଆଇ ଟ୍ୱିଟ୍ କରି ସୂଚନା ଦେଇଛି।

ଶିବମକୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍ ଟିମ୍ ସହ ଅନ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୁର୍ଘଟଣା ସମ୍ପର୍କରେ ଶିବମଙ୍କ ମାଆ କହିଛନ୍ତି ଯେ ସେମାନେ କ୍ଷେତରେ କାମ କରୁଥିବା ବେଳେ ଶିବମ ସେଠାରେ ଖେଳୁଥିଲା। ତା ପାଦ ହଠାତ୍ ଖସିଯିବାରୁ ସେ ବୋର୍‌ୱେଲ୍ ଭିତରକୁ ଖସି ପଡ଼ିଥିଲା। ଏହାପରେ ପୁଲିସକୁ ଖବର ଦେବାପରେ ପୁଲିସ ଏନ୍‌ଡିଆର୍‌ଏଫ୍ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭକରିଥିଲା। ପିଲା ପାଖରେ ଅମ୍ଳାଜାନ ପହଞ୍ଚାଇବା ସହିତ ମାଟି ଖୋଳି ପିଲାକୁ ବାହାର କରିବାକୁ ଜେସିବି ମେସିନର ବ୍ୟବହାର କରାଯାଇଥିଲା।

ପଢ଼ନ୍ତୁ-ପୋଖରୀକୁ ଖସିଲା ଯାତ୍ରୀବାହୀ ବସ୍, ୧୭ ମୃତ

ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଥିଲା। ଘଟଣା ସ୍ଥଳରେ ସମସ୍ତ ମେଡିକାଲ ଫେସିଲିଟ ଓ ଅକ୍ସିଜେନ୍ ବ୍ୟବସ୍ଥା କରାଯାଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଥିଲେ। ଜଣେ କୃଷକ ବୋରିଂ କରି ଖୋଲା ଛାଡ଼ି ଦେଇଥିବାରୁ ଏଭଳି ଘଟଣା ଘଟିଛି ବୋଲି ସେ କହିଥିଲେ।

ନିକଟରେ ମଧ୍ୟ ପ୍ରଦେଶରେ ବିଦିଶା ଜିଲ୍ଲାରେ ମଧ୍ୟ ସମାନ ଘଟଣା ଘଟିଥିଲା। ବୋରୱେଲ୍‌ରୁ ପିଲାଟିକୁ ଉଦ୍ଧାର କରାଯାଇଥିବା ବେଳେ ହସ୍‌ପିଟାଲ୍‌ରେ ତାର ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ଘଟଣା ମଧ୍ୟ ଶିଓର ଜିଲ୍ଲାରେ ଘଟିଥିଲା। ୩୦୦ ଫୁଟ ତଳକୁ ଖସିପଡ଼ିଥିବା ତାକୁ ଉଦ୍ଧାର କରାଯାଇଥିଲା। ହେଲେ ପରେ ତାଙ୍କର  ମଧ୍ୟ ମୃତ୍ୟୁ ହୋଇଥିଲା।    

   Related Posts