LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ତୁର୍କି ଭୂମିକମ୍ପ : ୪ଦିନ ପରେ ଭଙ୍ଗା ଅବଶେଷରୁ ଜୀବିତ ଉଦ୍ଧାର ହେଲା ୩ବର୍ଷର ଶିଶୁ

4/11/2020 at 9:29 AM

ଇସ୍ତାନବୁଲ୍ ୪/୧୧: ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଙ୍ଗା ଅବଶେଷରୁ ୩ବର୍ଷର ଝିଅକୁ ଜୀବିତ ବାହାର କରାଯାଇଛି। ଆୟଦା ଗେଜଗିନ୍ ନାମ୍ନୀ ଏହି ସାନ ଝିଅଟି ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଇଜମିର ସହରର ଏକ ୮ମହଲା ଆପାର୍ଟମେଣ୍ଟର ଭଗ୍ନାବଶେଷରେ ଫସିଥିଲା।

ଆୟଦା ​‌ଗେଜଗିନ୍ ନାମ୍ନୀ ଝିଅକୁ ମଙ୍ଗଳବାର ଆମ୍ବୁଲାନ୍ସରୁ ନିଆ ଯାଉଥିବାବେଳେ ଦେଖାଯାଇଥିଲା । ତାଙ୍କୁ କମ୍ବଳରେ ଘୋଡ଼ାଯାଇଥିଲା। ତାକୁ ବାହାର କରାଯିବା ପରେ ଉଦ୍ଧାରକାରୀମାନେ ତାଳି ବଜାଇ ଖୁସି ପ୍ରକାଶ କରିଥିଲେ ଏବଂ ସେଠାରେ ଥିବା ଲୋକେ ଈଶ୍ବର ମହାନ୍ ସ୍ଲୋଗାନ୍ ଲଗାଇଥିଲେ।

ଗତ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଶିଶୁଟି ପାଖାପାଖି ୯୧ଘଣ୍ଟା ଯାଏଁ ଭଙ୍ଗା ଅବଶେଷରେ ଚାପି ହୋଇ ରହିଥିଲା। ଏହି ଅବଶେଷରୁ ଏବେ ସୁଦ୍ଧା ୧୦୭ଜଣଙ୍କ ମୃତଦେହ ବାହାର କରାଯାଇଛି। ଆୟଦାଙ୍କ ମାଆଙ୍କ ଭୂମିକମ୍ପରେ ମୃତ୍ୟୁ ହୋଇଯାଇଥିଲା ଏବଂ ପରେ ତାଙ୍କ ମୃତଦେହ ଭଙ୍ଗା ଅବ​ଶେଷରୁ ବାହାର କରାଯାଇଥିଲା। ଆୟଦାଙ୍କ ଭାଇ ଏବଂ ବାପା ଭୂମିକମ୍ପ ସମୟରେ ବିଲଡିଂରେ ନଥିଲେ।

​‌

   Related Posts