ଅପହରଣର ଛଅ ଘଣ୍ଟାରେ ତିନି ବର୍ଷର ଶିଶୁ ପୁତ୍ର ଉଦ୍ଧାର, ତିନି ଗିରଫ
16/01/2023 at 9:48 PM

ରାଉରକେଲା: ଅପହରଣର ଛଅ ଘଣ୍ଟାରେ ଉଦ୍ଧାର ହେଲା ତିନି ବର୍ଷର ଶିଶୁ ପୁତ୍ର । ଏହାସହ ଅପହରଣ ସାମିଲ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି।
ରବିବାର ସନ୍ଧ୍ୟାରେ ଘରେ ଖେଇ ନଥିବା ବେଳେ ସୁନ୍ଦରଗଡ଼ ଜିଲା କୋଇଡା ଲାଲ ହାଟିଙ୍ଗ ଗାଁରୁ ଜଣେ ଶିଶୁ ପୁତ୍ରକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ମେଣ୍ଢା ମାଗୁଣି ଜଙ୍ଗଲରେ ଗଛରେ ଗୋଡ ହାତ ବାନ୍ଧି ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ । ବାପା ଶୁକ୍ରା ମୁଣ୍ଡା ଫୋନରେ ଦୁଇ ଲକ୍ଷ ଟଙ୍କା ଦାବି ଏବଂ ଅପହରଣକାରୀଙ୍କ ଧମକ ବାବଦରେ କୋଇଡା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଟ୍ରାକିଂ କରି ମେଣ୍ଢା ମାଗୁଣି ଜଙ୍ଗଲରୁ ତିନି ଅପହରଣକାରୀଙ୍କୁ ଧରିଥିଲା। ତିନି ଜଣଙ୍କ ମଧ୍ୟରେ ଜଣେ ନା ବାଳକ ରହିଛି। ଶିଶୁ ପୁତ୍ର ସୁରକ୍ଷିତ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।