ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା : ବୋମା ପକାଇ ୩ ଟିଏମସି କର୍ମୀଙ୍କୁ ହତ୍ୟା

Published By : Prameya-News7 Bureau | June 15, 2019 IST

କୋଲକାତା ୧୫/୬ : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷରେ ଟିଏମସିର ୩ଜଣ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୋହେଲା ରାଣା ଓ ଖେରୁଦ୍ଦିନ ଶେଖ । ଏହା ପୂର୍ବରୁ ଲୋକସଭା ନିର୍ବାଚନ ପୂର୍ବରୁ ଢୋମକୋଲ ପଞ୍ଚାୟତ ସମିତିର ଅଲତାଫ ହୁସେନଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ କିଛି ଦିନ ମୁକ୍ତ କରିଦିଆ ଯାଇଥିଲା । ସୋହେଲ ରାଣା ଅଲତାଫ ରାଣାଙ୍କ ପୁଅ ବୋଲି କୁହାଯାଉଛି । ଖେରୁଦ୍ଦିନ ତାଙ୍କର ବଡ ଭାଇ । ହତ୍ୟା ଘଟଣା ପରେ ସ୍ଥାନୀୟ ଅଂଚଳରେ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିବା ଦଳ ଅଭିଯୋଗ କରିଛି ।

ଖେରୁଦ୍ଦିନଙ୍କ ପୁଅ କହିବାନୁଯାୟୀ, ସେମାନେ ଶୋଇଥିବା ସମୟରେ ଅଚାନକ ତାଙ୍କ ଉପରକୁ ବୋମା ପକାଯାଇଥିଲା । ସେମାନେ ଖେରୁଦ୍ଦିନଙ୍କ ଉପରକୁ ଆକ୍ରମଣ କରିଥିଲେ । କିଛି ଦିନ ପୁରାରୁ ତାଙ୍କ ଦାଦାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ସେ କହିଛନ୍ତି । ହତ୍ୟା ପଛରେ କଂଗ୍ରେସର ହାତ ଥିବା ସେ କହିଛନ୍ତି ।

ଲୋକସଭା ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଲାଗିରହିଛି । ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ହିଂସା ଲାଗିରହିଛି । କିନ୍ତୁ ଏବେ କଂଗ୍ରେସ ଓ ଟିଏମସି ମଧ୍ୟରେ ହିଂସା ଘଟଣା ସାମ୍ନାକୁ ଆସିଛି । ନିକଟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହସାନବାଡ଼ାରେ ବିଜେପି ମହିଳା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଟିଏମସିର ଗୁଣ୍ଡାମାନେ ତାଙ୍କୁ ହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.