ଜମ୍ମୁକାଶ୍ମୀର କୁଲଗାମରେ ଏନକାଉଣ୍ଟର ; ୩ ଜଣ ଆତଙ୍କବାଦୀ ନିହତ
27/11/2018 at 2:00 PM

ଜମ୍ମୁକାଶ୍ମୀର ୨୭|୧୧: ଜମ୍ମୁ କାଶ୍ମୀରର କୁଲଗାମରେ ଏନକାଉଣ୍ଟର । ଆଜି ସକାଳୁ ପୋଲିସ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କୁଲଗାମ ରେଡୱାନୀ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନାର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀ ଏନକାଉଣ୍ଟର ଜାରି ରଖିଛି । ସେପଟେ ପୁଲଓ୍ବାମାରେ ମଧ୍ୟ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରିଛି । ଉଭୟ ପକ୍ଷରୁ ରହି ରହି ଗୁଳିମାଡ ହେଉଛି । ସୁରକ୍ଷାବାହିନୀର ଯବାନମାନେ ତଲାସି ଅଭିଯାନ ଜାରି ରଖିଥିବା ବେଳେ ଆତଙ୍କବାଦୀମାନେ ଗୁଳି ବର୍ଷା କରିଥିଲେ ।
Related Posts
କାବୁଲର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨୦ ମୃତ, ୪୦ରୁ ଅଧିକ ଆହତ
17 August 2022