ନିୟନ୍ତ୍ରଣ ରେଖା ଟପିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀ ସେନା ଗୁଳିରେ ନିହତ

Published By : Prameya-News7 Bureau | June 06, 2018 IST

ନିୟନ୍ତ୍ରଣ ରେଖା ଟପିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀ ସେନା ଗୁଳିରେ ନିହତ । ଜାମ୍ମୁ-କାଶ୍ମୀରର ମାଚ୍ଛିଲ୍ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ବଡ଼ ସଫଳତା ହାସଲ କରିଛି ଭାରତୀୟ ସେନା । କୁପୱାରା ଜିଲ୍ଲାର ମଚ୍ଛଲି ସେକ୍ଟରରେ ଏଲଓସି ନିକଟରେ କିଛି ସନ୍ଦିଗ୍ଧଙ୍କ ଆଚରଣ ନେଇ ସତର୍କ ଦୃଷ୍ଟି ରଖିଥିଲା ଭାରତୀୟ ସେନା । ତେବେ ଅନୁପ୍ରବେଶକାରୀ ମାନେ ହଠାତ୍ ଗୁଳି ଚଳାିବାରୁ କଡା ପାଲଟା ଜବାବ ଦେିଥିଲା ସେନା । ଘଟମା ସ୍ଥଳରେ ତିନି ଆତଙ୍କବାଦୀ ନିହତ ହୋଇଥିବା ବେଳେ, ଅନ୍ୟ କିଛି ଖସି ଯାଇଛନ୍ତି । ସେଠାରେ ଏବେ ସର୍ଚ୍ଚ ଅପରେସନ ଜାରି ଥିବା ସେନା ସୂଚନାରୁ ଜଣାଯାଇଛି । ଏହି ଗୁଳି ବିନିମୟରେ ଆଉକିଛି ପାକିସ୍ତାନ ତାଲିମପ୍ରାପ୍ତ ଆତଙ୍କବାଦୀ ଆହତ ହୋଇଥିବା ଆଶଙ୍କା କରାଯାଉଛି । ଗତ ମାସ ୨୬ ତାରିଖରେ କୁପୱାରାର ଟଙ୍ଗଧର ସେକ୍ଟରରେ ଏହି ଭଳି ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା । ସେହି ଦିନ ଅନୁପ୍ରବେଶ ଉଦ୍ୟମ କରି ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ ୫ ପାକ୍ ଆତଙ୍କବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.