ଦୁର୍ନୀତିରୁ ବାଦ୍‌ ପଡ଼ିିଲାନି ଡାକ୍ତରଖାନା, ଏକ୍ସରେ ପାଇଁ ୭ ଶହ ଲାଞ୍ଚ ନେଇ ୩ କର୍ମଚାରୀ ବହିସ୍କୃତ

Published By : Prameya-News7 Bureau | October 12, 2021 IST

ବ୍ରହ୍ମପୁର, ୧୨/୧୦:  ବ୍ରହ୍ମପୁର ବଡ ମେଡିକାଲରେ ଅଲଟ୍ରାସାଉଣ୍ଡ୍ ଏବଂ ଏକ୍ସରେ ପାଇଁ ଲାଞ୍ଚ ନିଆଯାଉଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ହରିଡାଖଣ୍ଡି  ଅଞ୍ଚଳର ଜୈନିକ ରୋଗୀ ସର୍ଜରୀ ବିଭାଗ  ୟୁନିଟ୍- ୫ରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ଅଲଟ୍ରାସାଉଣ୍ଡ୍ ଏବଂ ଏକ୍ସରେ ପାଇଁ କହିଥିଲେ । ରୋଗୀଙ୍କ ସଂପର୍କୀୟ ରେଡିଓଲୋଜି ବିଭାଗକୁ ଯାଇଥିବା ବେଳେ କାର୍ଯ୍ଯରତ କେତେକ କର୍ମଚାରୀ ଓ ସିକ୍ଯୁରିଟି ଗାର୍ଡ ୭୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ମେଡିକାଲ ସୁପରିଟେଣ୍ଡେଣ୍ଟ୍ ତଦନ୍ତ କରି ଏଟେଣ୍ଡାଣ୍ଟ,  ସଫେଇ କର୍ମଚାରୀ ଏବଂ ସିକ୍ଯୁରିଟି ଗାର୍ଡକୁ କାର୍ଯ୍ୟରୁ ବହିଷ୍କାର ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.