ସଚିନ୍ ପାଇଲଟ୍‌ଙ୍କୁ ଆଶ୍ବସ୍ତି : ସମର୍ଥନରେ ଗୁଜ୍ଜର ସମ୍ପ୍ରଦାୟ, ଏକଜୁଟ୍ ହେଲେ ୩ ରାଜ୍ୟ

Published By : Prameya-News7 Bureau | July 20, 2020 IST

ଜୟପୁର ୨୦/୦୭ : ରାଜସ୍ଥାନରେ ଅଶୋକ ଗେହଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ଲଢେଇ ଥମିବାର ନାଁ ନେଉନାହିଁ | ଉଭୟଙ୍କ ମଧ୍ୟରେ ରାଜନୈତିକ ଉଠବସ ଜାରି ରହିଛି | ସଚିନ ପାଇଲଟଙ୍କ ପାଇଁ ଏକ ଭଲ ଖବର ମଧ୍ୟ ରହିଛି | ଗୁଜ୍ଜର ସମ୍ପ୍ରଦାୟ ସଚିନ ପାଇଲଟଙ୍କୁ ସମର୍ଥନ କରୁଛନ୍ତି | ସଚିନ ପାଇଲଟଙ୍କ ସମର୍ଥନରେ ହରିୟାଣା ଗୁରୁଃଗ୍ରାମରେ ଏକ ପଂଚାୟତ ଆୟୋଜନ କରାଯିବ ଯେଉଁଥିରେ ଅନେକ ରାଜ୍ୟର ଗୁଜ୍ଜର ସମ୍ପ୍ରଦାୟ ଲୋକ ସାମିଲ ହେବେ | 

ସୂଚନାଯୋଗ୍ୟ ଯେ ଏହି ପଞ୍ଚାୟତ ଜୁଲାଇ ୨୬ ତାରିଖରେ ଗୁରୁଃଗ୍ରାମ ରିଠୋଜ ଗାଁରେ ବସିବ | ଏହି ପଞ୍ଚାୟତରେ ସଚିନ ପାଇଲଟଙ୍କ ସମର୍ଥନୀରେ ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶର ଗୁଜ୍ଜର ସମ୍ପ୍ରଦାୟ ଲୋକ ସାମିଲ ହେବେ | ଗୁଜ୍ଜର ସମ୍ପ୍ରଦାୟରେ ସଚିନ ପାଇଲଟଙ୍କ ଖୁବ ପ୍ରଭାବ ରହିଛି | ତାଙ୍କ ପିତା ରାଜେଶ ପାଇଲଟ ମଧ୍ୟ ଜଣେ ମହାନ ଗୁଜ୍ଜର ନେତା ଥିଲେ | ସେଥିପାଇଁ ବର୍ତ୍ତମାନ ରାଜ୍ୟରେ ରାଜନୈତିକ ସଙ୍କଟ ମଧ୍ୟରେ ସଚିନଙ୍କୁ ଦଳରୁ ଅଲଗା କରିଦେଇଥିବାବେଳେ ଗୁଜ୍ଜର ସମ୍ପ୍ରଦାୟ ସଚିନଙ୍କ ସମର୍ଥନରେ ଛିଡା ହୋଇଛି | 

{"id":303196,"sizeSlug":"large"}

କରୋନା ସଙ୍କଟ ମଧ୍ୟରେ କ୍ରାଉଡଫଣ୍ଡିଙ୍ଗ ନିୟମ ଏବେ ମଧ୍ୟ ଲାଗୁ ରହିଛି | ଏହିଭଳି ପରିସ୍ଥିତିରେ ଏହି ପଞ୍ଚାୟତ ପାଇଁ କେତେ ଲୋକ ସାମିଲ ହେବେ ଓ ଅନୁମତି କେମିତି ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି |

ସୂଚନାଯୋଗ୍ୟ ଯେ, ଯେତେବେଳେ କଂଗ୍ରେସ ସଚିନ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦବୀରୁ ହଟାଇ ଦେଇଥିଲା ସେତେବେଳେ ରାଜସ୍ଥାନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା | କାରଣ ୨୦୧୮ ମସିହାରେ ଯେତେବେଳେ ସଚିନଙ୍କ ଜାଗାରେ ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସଚିନଙ୍କ ସମର୍ଥକ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ | ସେଥିପାଇଁ ବର୍ତ୍ତମାନ ସରକାର ଆଲର୍ଟ ଅଛନ୍ତି |

{"id":303197,"sizeSlug":"large"}

ଉଭୟ ନେତା ରାଜସ୍ଥାନର ବିଭିନ୍ନ ସମ୍ପ୍ରଦାୟରୁ ଆସିଛନ୍ତି | କେହି କାହାକୁ କମ ନୁହନ୍ତି | ଏହିଭଳି ପରିସ୍ଥିତିରେ ଉଭୟ ନେତାଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ସ୍ପଷ୍ଟ ଦେଖାଯାଉଛି | ବର୍ତ୍ତମାନ ବିଭିନ୍ନ ମୋର୍ଚ୍ଚାରେ ଏହି ଲଢେଇ ଜାରି ରହିଛି | ଗୋଟିଏପଟେ ଦଳ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନ୍ୟପଟେ ରାଜନୈତିକ ଵିଶ୍ଵାସଘାତ ଜାରି ରହିଛି | ଜନତାଙ୍କ ସମର୍ଥନ ମଧ୍ୟ ଖୋଲାଖୋଲି ନିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.