କୁପଓ୍ବାଡ଼ାରେ ହିମସ୍ଖଳନ, ବରଫରେ ଫସି ତିନି ଯବାନ ଶହୀଦ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଳୀ, ୧୮/୧୧: ହିମସ୍ଖଳନରେ ଫସିବା କାରଣରୁ ଭାରତୀୟ ସେନାର ତିନି ଜବାନ ଶହୀଦ ହୋଇଛନ୍ତି। ଏହି ଘଟଣା ଜମ୍ମୁ କଶ୍ମୀରର କୁପଓ୍ବାଡ଼ା ଜିଲ୍ଳାର ମାଛି ଅଞ୍ଚଳରେ ଘଟିଛି । ଯେଉଁଠାରେ ହିମସ୍ଖଳନ ଯୋଗୁଁ ସେନାର କିଛି ଯବାନ ଫସିଯାଇଥିଲେ। ଯେଉଁଥିରେ ୩ ଯବାନ ଶହୀଦ ହୋଇଛନ୍ତି।

ଏହି ଯବାନଙ୍କୁ ଲାଇନ ଅଫ୍ ଡ୍ୟୁଟିରେ ନିୟୋଜିତ ଥିଲେ । ଶହୀଦ ଯବାନମାନେ ୫୬ ରାଷ୍ଟ୍ରୀୟ ରାଇଫଲର ବୋଲି କୁହାଯାଉଛି। ତେବେ ଉଦ୍ଧାର ପରେ ଯବାନର ପାର୍ଥିବ ଶରୀରକୁ ଡ୍ରଗମୁଲ୍ଲା ସ୍ଥିତ ସାମରିକ ହସ୍ପିଟାଲକୁ ଅଣାଯାଇଥିଲା। ଅବଶ୍ୟ ଶହୀଦ ଯବାନଙ୍କ ପରିଚୟ ଏପର୍ଯ୍ୟନ୍ତ ଦିଆଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ତିନି ଯବାନଙ୍କ  ମାଛିଲ ସେକ୍ଟରେ ନିୟୋଜିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.