ଗାଧୋଇବା ବେଳେ ପୋଖରୀରେ ବୁଡି ୩ ଭଉଣୀ ମୃତ

Published By : Prameya-News7 Bureau | September 11, 2018 IST

ବାରିପଦା ୧୧/୯ : ବାରିପଦା ସଦର ଥାନା ବାଙ୍କୀ ୧୬ ପଂଚାୟତ ବଡ଼ବିଲା ଗାଁରେ ଅଘଟଣ ଘଟିଛି | ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ୩ ଭଉଣୀ | ପୋଖରୀରେ ଗାଧୋଇବା ବେଳେ ୩ ଭଉଣୀ ବୁଡ଼ିଯାଇଛନ୍ତି | ଆଜି ସକାଳେ ୯.୩୦ ବେଳେ ମାନ୍କ ସାଙ୍ଗେ ଗାଧେଇବାକୁ ଯାଇଥିଲେ | ମୃତ ୩ ଭଉଣୀଙ୍କ ନାଁ ସରିତା ମୁର୍ମୁ, ରାଜେଶ୍ୱର ଓ ପାର୍ବତୀ | ୩ ଜଣଙ୍କ ବୟସ ୮ରୁ ୧୨ ବର୍ଷ ଭିତରେ ହେବ ବୋଲି ଜଣାପଡିଛି | ମା ଗାଧେଇ ସାରି ଘରକୁ ଫେରି ଆସିଥିଲେ ଆଉ ୩ ଭଉଣୀଙ୍କୁ କହିଦେଇ ଆସିଥିଲେ ଜଲ୍ଦି ଘରକୁ ଫେରି ଆସିବ | ଯେହେତୁ ପୋଖରୀଟି ନୂଆ ଖୋଳାହେଇଛି, ସେଥିପାଇଁ ପୋଖରୀର ଗଭୀର କେତେ ଅଛି ସେମାନେ ଜାଣିନଥିଲେ | ଗାଧୋଇବା ବେଳେ ପ୍ରଥମେ ୮ ବର୍ଷର ଭଉଣୀ ଯେତେବେଳେ ବୁଡ଼ିବାକୁ ଗଲା ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇ ଭଉଣୀ ମଧ୍ୟ ବୁଡିଯାଇଥିଲେ | ଖବର ପାଇ ସରିତାଙ୍କ ବାପା ଦୌଡ଼ି ଆସି ଦେଖିଲା ବେଳକୁ ୩ ଭଉଣୀଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖିଲେ | ତେବେ ଅଗ୍ନିଶମ ବିଭାଗକୁ ଗାଁ ଲୋକେ ଫୋନ କରିଥିଲେ ହେଲେ ଅଗ୍ନିଶମ ଗାଡି ଆସିବାକୁ ବିଳମ୍ବ ହେବାରୁ ଗାଁ ଲୋକେ ୩ ଜଣଙ୍କ ମୃତଦେହ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ | ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.