ଲକଡାଉନ୍ ମାନିଲେନି ପୁରା ଲକ୍ ହୋଇଗଲା, ଝାରସୁଗୁଡାରେ କଣ୍ଟେନମେଣ୍ଟ୍ ଜୋନରେ ୩ ଦୋକାନୀଙ୍କୁ ପାଠ ପଢାଇଲା ପ୍ରଶାସନ

Published By : Prameya-News7 Bureau | May 07, 2020 IST

ଝାରସୁଗୁଡା, ୦୭|୦୫:  ଅମାନିଆ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଉଛନ୍ତି। କଣ୍ଟେନମେଣ୍ଟ ଜୋନ୍  ଥିବା ସତ୍ତ୍ୱେ ଦୋକାନ ଖୋଲି ହରଡ଼ଘଣାରେ ପଡିଲେ ୩ ବ୍ୟବସାୟୀ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ବୁଢ଼ୀଜାମ ଅଞ୍ଚଳରେ ଜଣେ ବଙ୍ଗ ଫେରନ୍ତା ଯୁବତୀଙ୍କୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ କରାଯିବା ପରେ ବ୍ରଜରାଜନଗର ପୌରାଞ୍ଚଳର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥଲା ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ୍ ଅଞ୍ଚଳରେ ତିନୋଟି  ଦୋକାନ ସିଲ୍ କଲା ଜିଲ୍ଲା ପ୍ରଶାସନ

ବ୍ରଜରାଜନଗର ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗର ଠାରେ ଘୋଷଣା କରାଯାଇଥିବା କଣ୍ଟେନମେଣ୍ଟ ଜୋନରେ ଦୋକାନ ଖୋଲିବା ହେଲା ମହଙ୍ଗା। ଏହି ନିଷିଦ୍ଧାଞ୍ଚଳରେ ଦୋକାନ ଖୋଲିଥିବାରୁ ଦୁଇଟି କ୍ଷୀର ଦୋକାନ ଏବଂ ଗୋଟିଏ ଗ୍ରୋସରୀ ଦୋକାନକୁ ସିଲ କରାଯାଇଛି। ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଗୋଲଖ ବିହାରୀ ମଙ୍ଗରାଜ ଓ ବ୍ରଜରାଜନଗର ଥାନା ଅଧିକାରୀ ନଳିତା ମୋଦୀ ,ଏସଡିପିଓ ଦିଲିପ ଦାସ ମିଳିତ ସହଯୋଗରେ ଲମଟିବାହାଲ ଅଞ୍ଚଳରେ ତିନୋଟି ଦୋକାନ ଉପରେ ଚଢ଼ାଉ  କରି ଦୋକାନକୁ ସିଲ୍ କରିବା  ସହିତ ତିନି ଦୋକାନ ମାଲିକ ମାନଙ୍କୁ ଥାନା ରେ ଅଟକ ରଖିଛନ୍ତି।

ପ୍ରଶାସନ ବାରମ୍ବାର କହିବା ସତ୍ୱେ ଘର ଘର ପାଣି ଯୋଗାଣ ଦେଉଥିବା ଏବଂ ଏହି ନିଷେଧ ଅଂଚଳକୁ ପଶି ଥିବା ଗ୍ରସରୀ ଗାଡିକୁ ମଧ୍ୟ ସିଜ୍ କରିଛନ୍ତି ମାଜିଷ୍ଟ୍ରେଟ। ଏହି ଅଞ୍ଚଳ ନିଷିଦ୍ଧ ଘୋଷଣା କରାଯିବା ପରେ ଏଠାରେ ପରିବା, ମେଡ଼ିସିନ, କ୍ଷୀର ଆଦି ଅତ୍ୟାବଶ୍ୟକ ସେବା ପାଇଁ ହୋମ ଡେଲିଭେରୀର ବ୍ୟବସ୍ଥା କରାଯାଇଛି। ତଥାପି କିଛି ବ୍ୟକ୍ତି ଅମାନିଆଁ ହୋଇଥିବା ଯୋଗୁଁ ଏଭଳି ସଚେତନତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିରିଶ ଜଣକୁ ଡିଟେନସନ ହୋମ ରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.