ଅଗ୍ନିକାଣ୍ଡରେ ଜଳିଗଲା ୩ ଦୋକାନ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

Published By : Prameya-News7 Bureau | March 10, 2023 IST

ଝାରସୁଗୁଡ଼ା, ୧୦/୦୩: କୋଲାବିରା ଥାନା ମାଲିଡିହିରେ ଅଗ୍ନିକାଣ୍ଡ ଘଟି ୩ ଦୋକାନ ଜଳି ଯାଇଛି। ମାଲିଡିହି ଛକ ସ୍ଥିତ ପ୍ରଶାନ୍ତ ପୂଜାରୀଙ୍କ ମାର୍କେଟ କମ୍ଲେକ୍ସରେ ରହିଥିବା ୩ଟି ଦୋକାନରେ ନିଆଁ ଲାଗି ଜଳିଯାଇଛି। ସର୍ଟ ସର୍କିଟ ଯୋଗୁଁ ଦୋକାନ ଘରେ ନିଆଁ ଲାଗିଥିବା କୁହାଯାଉଥିବାବେଳେ କୋଲାବିରାର ଦୁଇଟି ଦମକଳ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଛି।

ଜଳିଯାଇ ଥିବା ଦୋକାନ ମଧ୍ୟରୁ ଗୋଟିଏ ପୂଜା ସାମଗ୍ରୀ ଦୋକାନ, ଗୋଟିଏ ରାସନ୍ ଦୋକାନ ସହ ଅନ୍ୟ ଏକ ଦୋକାନରେ ଚାଷ ପାଇଁ ବ୍ୟବହୃତ ସାରା, ଔଷଧ ଓ ଧାନ ରହିଥିଲା। ୩ ଦୋକାନ ଜଳିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.