ଦକ୍ଷିଣ ମୋଡ଼ ନେଲେ ୩ ରଥ, ଏମିତି ରହିଛି ରଥଯାତ୍ରାର ନୀତିକାନ୍ତି

Published By : Prameya-News7 Bureau | June 19, 2023 IST

ପୁରୀ: ରାତି ପାହିଲେ ବିଶ୍ଵ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା। ରଥ, ପଥ ପ୍ରସ୍ତୁତ। ଅପେକ୍ଷା କାଳିଆ ସାଆନ୍ତାଙ୍କୁ। ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ। ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଶେଷ ହୋଇଛି। ଏହା ପରେ ଆସନ୍ତାକାଲି ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ନୀତି ନିର୍ଘଣ୍ଟ ଅନୁସାରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ସିଂହଦ୍ଵାର ସମ୍ମୁଖକୁ ଅଣା ଯାଇଛି।ଏହା ଆଗରୁ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହା ପରେ ପ୍ରଥମେ ନନ୍ଦିଘୋଷ ରଥ ତା ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ଵଜ ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଛି। ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସାମ୍ନାକୁ ଆସିଛି।

{"id":805766,"sizeSlug":"full","linkDestination":"none"}

ଏହି ଅନୁସାରେ ସକାଳ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ଏହା ପରେ ଛେରାପହଁରା  ୨.୩୦ ରୁ ୩.୩୦ରୁ ନିର୍ଦ୍ଧାରିତ ହୋଇଥିବା ବେଳେ ୩.୦୦.ଟା ରୁ ୪.୦୦ ଟା ପର୍ଯ୍ୟନ୍ତ ଚାରମାଳ ଓ ଘୋଡା ଲାଗିବ। ଏହା ପରେ  ରଥ ଟଣା  ଅପରାହ୍ନ ୪.୦୦ ଟା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

{"id":805767,"sizeSlug":"full","linkDestination":"none"}

ରଥଯାତ୍ରା ପାଇଁ ନୀତିକାନ୍ତି

ମଙ୍ଗଳ ଆଳତି- ପ୍ରାତଃ ଘ ୬.୦୦

ମଇଲମ - ୬.୧୦

ତଡପଲାଗି- ୬.୩୦

ରୋଷହୋମ- ୬.୩୦

ଅବକାଶ- ୭.୦୦ ଟା

ସୂର୍ଯ୍ୟପୂଜା- ୭.୧୦

ଦ୍ଵାରପାଳ ପୂଜା‌ ଓ ବେଶ ଶେଷ- ୭.୩୦

ଗୋପାଳବଲ୍ଲଭ ଓ ସକାଳଧୂପ- ୮.୦୦ ଟା ରୁ ୯.୦୦

ରଥ ପ୍ରତିଷ୍ଠା - ୯.୦୦ଟା

ମଙ୍ଗଳାର୍ପଣ- ୯.୧୫

ପହଣ୍ଡି- ୯.୩୦

ପହଣ୍ଡି ଶେଷ- ୧୨.୩୦

ମଦନମୋହନ ଓ ରାମକୃଷ୍ଣ ବିଜେ - ୧୨.୩୦ ରୁ ୧.୦୦

ଚିତା ଲାଗି- ୧.୩୦ ରୁ ୨.୦୦

ବେଶଶେଷ- ୧.୩୦ରୁ ୨.୩୦

ଛେରାପହଁରା - ୨.୩୦ ରୁ ୩.୩୦

ଚାରମାଳ ଓ ଘୋଡା ଲାଗିବ - ୩.୦୦.ଟା ରୁ ୪.୦୦ ଟା

ରଥ ଟଣା- ଅପରାହ୍ନ ୪.୦୦ ଟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.