scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟ ରାଜନୀତିର ପାୱାର କରିଡରରେ ରାଣୀ ମହୁମାଛି : ଖୋଲିବ ୩ ନେତାଙ୍କ ଯୌନ କେଳେଙ୍କାରୀ

1/11/2018 at 4:06 PM

ଭୁବନେଶ୍ୱର ୧/୧୧ : ଓଡିଶା ରାଜନୀତିରେ ଅତିଶୀଘ୍ର ଏକ ବଡ ଧରଣର ହଟଚମଟ ହେବାର ଆଶଙ୍କା ସୃଷ୍ଟି ହୋଇଛି | ଶାସକ ଦଳର ଦୁଇଜଣ ଏବଂ ବିଜେପିର ଜଣେ ଯୁବନେତାଙ୍କ ବିରୋଧରେ ଯୌନ କେଳେଙ୍କାରୀର ଏକ ସାଙ୍ଘାତିକ ଫର୍ଦ ଉନ୍ମୋଚିତ ହେବାକୁ ଯାଉଛି |
ଗାତ କିଛିମାସ ଧରି ଗୋପନରେ ଅନୁସନ୍ଧାନ ଜାରି ରଖିଥିବା ଏକ ସାମ୍ବାଦିକ ଦଳ ଅନୁସନ୍ଧାନର ଶେଷ ପର୍ଯ୍ୟାୟରେ ପହଂଚି ସାରିଛନ୍ତି | ଅନୁସନ୍ଧାନ ସମ୍ପୂର୍ଣ ନହେବା ପର୍ଯ୍ୟନ୍ତ କାହାରି ନାଁ ପ୍ରକାଶ କରିବାକୁ ଏମାନେ ଚାହିନାହାନ୍ତି |

ତେବେ ସମଗ୍ର ଘଟଣା ସୈନିକ ସ୍କୁଲ ନିକଟ ଗଜପତିନଗରରେ ଥିବା ଏକ ଘରୋଇ ଗେଷ୍ଟ ହାଉସରେ ଘଟିଥିବା ସୂଚନା ମିଳିଛି | ଶାସକଦଳର ଦୁଇଜଣ ଓ ବିଜେପିର ଜଣେ ଯୁବନେତା ଗଜପତିନଗରରେ ଥିବା ଏହି ଗେଷ୍ଟହାଉସକୁ ବରାବର ଯା’ଆସ କରନ୍ତି | ପୱାର କରିଡରରେ ବେଶ ଜଣାଶୁଣା ଜଣେ ମହିଳା ମଧ୍ୟ ଏଇ ଗେଷ୍ଟ ହାଉସରେ ଦେଖିବାକୁ ମିଳନ୍ତି | ସଞ୍ଜ ନଇଁଗଲା ପରେ ଏଠାରେ ସଂଭ୍ରାନ୍ତିୟ ସୁରା ଆଉ ଶିକାର ମହୋତ୍ସବ ଚାଲେ | ସମ୍ପୃକ୍ତ ମହିଳା ସାରଥୀ ଜେଲ ଯିବାପରଠୁ ପୱାର କରିଡରରେ ଟହଲ ମାରିବା ଆରମ୍ଭ କରିଥିଲେ | ଏହି ମହିଳାଙ୍କ କଟତୀ ଏବେ ପ୍ରାୟ ସବୁ ରାଜନୈତିକ ଦଳରେ ରହିଛି |

ଅନୁସନ୍ଧାନକାରୀ ଦଳର କହିବା ଅନୁସାରେ ଅନ୍ୟ ରାଜ୍ୟ ଭଳି ଓଡିଶା ରାଜନୀତିରେ ବହୁତ କମ ଯୌନ କେଳେଙ୍କାରୀ ଲୋକଲୋଚନକୁ ଆସିଛି | ପୁରୀ ଜିଲ୍ଲାରୁ ବିଜେପିର ଜଣେ ପୂର୍ବତନ ବିଧାୟକଙ୍କ ଅଡିଓ ସିଡ଼ି ଏବଂ ଭିଡିଓ ସିଡ଼ି କିଛି ବର୍ଷ ତଳେ ଭାଇରାଲ ହୋଇଥିଲା | ଏହାପରେ ତାଙ୍କର ରାଜନୈତିକ ଭବିଷ୍ୟତ ବିପଦଗ୍ରସ୍ତ ହୋଇଥିଲା | ବିଜେପିରୁ କଣଠେସା ହେବାପରେ ସେ ବିଜେଡି ସହିତ କିଛିଦିନ ସମ୍ପୃକ୍ତ ରହିଥିଲେ | ସେହିଭଳି ବିଧାନସଭାର ଜଣେ ମହିଳା ସୁରକ୍ଷା ଅଧିକାରୀ ତତ୍କାଳୀନ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ ଆଣିବାପରେ ସେ ଇସ୍ତଫା ଦେବାକୁ ପଡିଥିଲା | କାଁ ଭାଁ କେତୋଟି ଘଟଣାକୁ ଛାଡିଦେଲେ ରାଜ୍ୟ ରାଜନୀତିର ଶତରଂଜରେ ରାଣୀ ମହୁମାଛିମାନଙ୍କ କାର୍ଯ୍ୟକଳାପ ନେଇ ବିଶେଷ କଥା ପଦାକୁ ଆସିନାହିଁ |

ଏବେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହି ଯୌନ କେଳେଙ୍କାରୀ ରାଜନୈତିକ ପାଣିପାଗ ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଜୋର ଧରିଛି | ନେତାମାନଙ୍କ ସହ ସମ୍ପୃକ୍ତ ମହିଳାଙ୍କ ଅସଂଯତ ମୁହୂର୍ତ୍ତର ଫଟୋ ଅନୁସନ୍ଧାନକାରୀ ଦଳ ହାତରେ ପଡିଛି |
ଅଶୀ ଦଶକରେ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ କଥା ଉଠିଥିଲା | କିନ୍ତୁ ଘଟଣାର ପର୍ଦାଫାଶ କରିବାକୁ ଉଦ୍ୟମ କରିଥିବା ଇଲଷ୍ଟ୍ରେଟେଡ ଉଇକଲି କ୍ଷମା ମାଗିବାପରେ ଘଟଣାର ପରିସମାପ୍ତି ଘଟିଥିଲା | ତେବେ ସ୍ବର୍ଗତ ପଟ୍ଟନାୟକ ଏହି ଘଟଣା ପାଇଁ ବେଶ ନିନ୍ଦିତ ହୋଇଥିଲେ ଏବଂ ତାଙ୍କ ରାଜନୈତିକ କ୍ୟାରିଅର ପ୍ରଭାବିତ ହୋଇଥିଲା |

ଘଟଣାରେ ସମ୍ପୃକ୍ତ ଥିବା ନେତାମାନେ ଏ ସଂକ୍ରାନ୍ତରେ ଖବର ପାଇସାରିଲେଣି | ତେଣୁ ଅନୁସନ୍ଧାନକରି ଦଳ ଉପରେ ଏହାକୁ ଚାପି ଦେବା ପାଇଁ ବ୍ୟାପକ ଚାପ ପଡୁଥିବା ମଧ୍ୟ ଜଣାପଡିଛି |

ଏହି ଯୌନ କେଳେଙ୍କାରୀ ଖବର ଯଦି ସତ୍ୟ ହୋଇଥାଏ ତାହେଲେ ସାଙ୍ଘାତିକ | ଖବରନେଵାରେ ଜଣାପଡିଛି ଯେ, ଯେଉଁ ରାଜନେତାଙ୍କ ସମ୍ପର୍କରେ ଯୌନ କେଳେଙ୍କାରୀ କଥା ଉଠିଛି ସମ୍ପୃକ୍ତ ରାଜନେତାମାନେ ଏହି ରାଣୀ ମହୁମାଛିଙ୍କୁ ବହୁ ସରକାରୀ ପାକଳ୍ପର ଠିକା ଦେଇଥିବା ମଧ୍ୟ ଆଲୋଚନା ହୋଇଛି |

   Related Posts