ଭୋଜି ଖାଇ ଗାଁରେ ଝାଡ଼ାବାନ୍ତି, ୩୫ରୁ ଅଧିକ ଗୁରୁତର
16/08/2020 at 9:37 AM

ନୀଳଗିରି ୧୬।୦୮: ଭୋଜି ଖାଇ ଅସୁସ୍ଥ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତରେ ଝାଡ଼ାବାନ୍ତିରେ ୩୫ ରୁ ଅଧିକ ଗୁରୁତର ହୋଇଛନ୍ତି । ମେଡିକାଲରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ସମସ୍ତେ ବେଗୁନିଆ ପଂଚାୟତ ତୋଟାପଡା ଗାଁର ସୁଦାମ ପ୍ରଧାନଙ୍କ ଘରେ ଭୋଜି ଖାଇଥିଲେ । ଫୁଡ଼ ପଏଜନ ଯୋଗୁଁ ସମସ୍ତେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତୁଟାପଡା ଓ ସଂସାପାଳ ଗାଁର ଲୋକେ ଭୋଜି ଖାଇବାକୁ ଫେରିବା ପରେ ଜଣକ ପରେ ଜଣେ ଅସୁସ୍ଥ ହେବାରେ ଲାଗିଥିଲେ । ୧୦୮ ଆମ୍ବୁଲାନ୍ସ ଓ ଘରୋଇ ଗାଡିରେ ଗୁରୁତରଙ୍କୁ ନୀଳଗିରି ଡାକ୍ତରଖାନାକୁ ନିଆଯାଇଛି । ଆଉ କିଛିଜଣ ଗାଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୫୦ ରୁ ଅଧିକ ଲୋକ ଭୋଜି ଖାଇଥିବା ବେଳେ ୩୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।
Related Posts
ଘର ଉପରେ ଖସି ପଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
12 August 2022
ନୋରଡ଼ ଗାଁରେ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ
12 August 2022