ଆଠମଲ୍ଲିକ ବ୍ଲକ୍ର ୩ ପଞ୍ଚାୟତ ୩ ଦିନ ପାଇଁ ସଟ୍ ଡାଉନ୍
17/08/2020 at 2:59 PM

ଆଠମଲ୍ଲିକ ୧୭।୮: ଅନୁଗୋଳ ଆଠମଲ୍ଲିକ ବ୍ଲକର ୩ଟି ପଞ୍ଚାୟତ କିଆକଟା, ପୁରୁଣାତିର ଓ ମାଧପୁର ତିନି ଦିନପାଇ ସଟ୍ ଡ଼ାଉନ୍। ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କିଆକଟା ପଂଚାୟତ ଏବଂ ପୁରୁଣାମାନତ୍ରୀ ପଂଚାୟତକୁ ଆଜିଠାରୁ ୩ ଦିନ ପାଇଁ ସ୍ଥାନୀୟ ସରପଞ୍ଚ ମାନେ ସଟଡ଼ାଉନ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ ରବିବାର କିଆକଟା ଥାନାର ୫ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଜଣାପଡିବା ପରେ ସ୍ଥାନୀୟ ସରପଞ୍ଚ ସୋମନାଥ ମଲ୍ଲିକ ତିନି ଦିନ ପାଇଁ ପଂଚାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ସେହିପରି ପୁରୁଣାମାନତ୍ରୀ ପଂଚାୟତରେ ଜଣେ ସଂକ୍ରମିତକୁ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ବୀରେନ୍ଦ୍ର ବଡ଼ମାଳି ମଧ୍ୟ ତିନିଦିନ ପାଇଁ ସଟଡ଼ାଉନ ଘୋଷଣା କରିଛନ୍ତି ।

ଏହା ସହିତ ରବିବାର ସନ୍ଧ୍ୟାରୁ ମାଧପୁର ପଂଚାୟତ ୭୨ ଘଣ୍ଟା ସଟ ଡ଼ାଉନ ଘୋଷଣା ହୋଇସାରିଛି । ରବିବାର ଆଠମଲ୍ଲିକ ଏନଏସିରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ସୋମବାର ଆଠମଲ୍ଲିକର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ କରାଯାଉଛି ।